ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦଳଡ଼ିଆଁ ନେତାଙ୍କ ବଳରେ ବଳୀୟାନ ହୋଇପାରିବନି ଦଳ

ଦଳଡ଼ିଆଁ ନେତାଙ୍କ ବଳରେ ବଳୀୟାନ ହୋଇପାରିବନି ଦଳ

କେନ୍ଦ୍ରାପଡ଼ା :-ଦଳୀୟ ଟିକେଟରୁ ବାଦ ପଡ଼ିବା ଜାଣି ଦଳ ଛାଡ଼ିବା ଓ ଦଳରେ ଯୋଗଦାନ କରିବା ସାଧାରଣତଃ କ୍ଷମତାଲୋଭୀ ଅବା ସୁବିଧାବାଦୀ ରାଜନେତାଙ୍କ ପ୍ରକୃତି । ସେମାନଙ୍କ ନିକଟରୁ ଗରିବ ଭୋଟର କିଛି ଲାଭ ପାଇବେନି । ତେଣୁ ସେଭଳି ନେତା ଗୋଟିଏ ବି ଭୋଟ ପାଇବାର ହକଦାର ନୁହନ୍ତି ।

ପରିବାର ଭିତରେ ବାପା ହେଉଛନ୍ତି ମୁଖିଆ । ତାଙ୍କ ପରଲୋକ ପରେ ପରିବାରର ବଡ଼ପୁଅ ମୁଖିଆ ଆସନ ପାଇଁ ହକଦାର ।ନିକଟରେ ଭର୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ବିଜେପିକୁ ଡେଇଁଛନ୍ତି । ଅତୀତରେ ବୈଜୟନ୍ତ ପଣ୍ଡା ବିଜେଡିରୁ ବିଜେପିକୁ ଡେଇଁ ତାଙ୍କର ଲୋକପ୍ରିୟତା ପ୍ରମାଣ କରିସାରିଛନ୍ତି । ଲୋକପ୍ରିୟତାକୁ ଇଭିଏମ୍‌ ଜରିଆରେ ପ୍ରମାଣିତ କରିବା ଜରୁରୀ ।ଚଳିତ ନିର୍ବାଚନରେ ବୈଜୟନ୍ତ, ଭର୍ତୃହରି, ସିଦ୍ଧାନ୍ତ, ମନ୍ମଥ, ପ୍ରକାଶ ବେହେରା ସେମାନଙ୍କର ଲୋକପ୍ରିୟତା ପ୍ରମାଣ କରିବେ ।ବିଜେପିରୁ ଟିକେଟ୍‌ ନପାଇ କିଛି ନେତା ବିଜେଡି ଓ କଂଗ୍ରେସରେ ଯୋଗଦାନ କରିଛନ୍ତି । ଗରିବ ଭୋଟରମାନଙ୍କୁ ମୋର ଏତିକି ଅନୁରୋଧ ଯେ ସେମାନେ ଦଳଡ଼ିଆଁ ନେତାଙ୍କ ଉପରେ ଗଭୀର ବିଶ୍ୱାସ ରଖି ସେମାନଙ୍କୁ ଭୋଟ ଦିଅନ୍ତୁନି ।

ଏମିତି ତ ସବୁ ରାଜନୈତିକ ଦଳ କ୍ଷମତାକୁ ଯାଇ ମାଗଣା ଚାଉଳ ଓ ଟଙ୍କା କେଇଟା ହାତରେ ଧରାଇ ରାଜ୍ୟର ତିନିକୋଟି ଗରିବ ଭୋଟରଙ୍କୁ ଉପହାସ କରିଚାଲିଛନ୍ତି । ଦଳଡ଼ିଆଁ ନେତାମାନେ ଆଉ ଅଧିକ କ’ଣ କରିପାରିବେ?

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି  ମହମ୍ମଦ ସାହେବ ଙ୍କୁ କେସିଙ୍ଗା କଂଗ୍ରେସ ଦ୍ବାରା ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାରେ ଓଲ୍ହାଇଲା ଜିଲ୍ଲା ଯୁବକଂଗ୍ରସ

Sunil Chandra Nayak

ଵିଜାତଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଙ୍କ ରୋଡ଼ ସୋ

masiha

Leave a Comment

error: Content is protected !!