ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଉତ୍କଳ ଦିବସ

।। ଉତ୍କଳ ଦିବସ ।।

ଉତ୍କଳ ଦିବସପାଇଁ ସଜବାଜ
ସମଗ୍ର ଓଡ଼ିଶା ବାସୀ,
ମଧୁବାବୁଙ୍କର ସ୍ଵତନ୍ତ୍ର ପ୍ରଚେଷ୍ଟା
ଆଖି ଆଗେ ଯାଏ ଭାସି।।
ଓଡ଼ିଶାର ସବୁ ରାଜା ମହାରାଜା
ଗୋପବନ୍ଧୁ ଦାସ ଯେତେ,
ସାମିଲ ହୋଇଲେ ଫକୀର ମୋହନ
ରଚିଗଲେ କୀର୍ତ୍ତି କେତେ।।
ଅକ୍ଲାନ୍ତ ଉଦ୍ୟମ ବିଫଳ ହୁଏନା
ଦେଖାଇଲେ ନେତାଗଣ,
ସ୍ୱାର୍ଥ ବଳି ଦେଲେ କାନ୍ଧେ କାନ୍ଧ ଦେଇ
ହେଲା ଉତ୍କଳ ଗଠନ।।
ଓଡ଼ିଆ ଭାଷାର ମହିମାକୁ ଜାଣି
ଭାଷା ଭିତ୍ତିକ ଏ ରାଜ୍ଯ,
ଶ୍ରେଷ୍ଠ ବୋଲାଇଲା ସମଗ୍ର ଦେଶରେ
ବିପୁଳ ତା’ର ଐଶ୍ଚର୍ଯ୍ୟ।।
ସ୍ଵତନ୍ତ୍ର ଉତ୍କଳ ଦିବସ ଭାବରେ
ଏପ୍ରିଲ ପହିଲା ଆସେ,
ଅସୁମାରୀ ସ୍ବପ୍ନ ସାକାର କରିସେ
ପାଳେ ହରଷେ ଉଲ୍ଲାସେ।।
ଚାରିଆଡ଼େ ଶୁଭେ ଉତ୍କଳ ମାତାର
ବନ୍ଦନାର ଗୀତି ଧ୍ଵନି,
ପ୍ରାଣେ ପ୍ରାଣେ ଜାଗେ ଉତ୍ସାହ ପୁଲକ
 “ବନ୍ଦେ ଉତ୍କଳ ଜନନୀ।”

       ।। ଚିତ୍ରା ରାଣୀ ପାତ୍ର ।।

              ।। ବାଲେଶ୍ଵର ।।

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା // ପ୍ରିୟା ପାଇଁ ପଦେ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  = ରାବଣ ବଧ =

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା l l ଋତୁ ବିପରୀତ l l

Sunil Chandra Nayak

Leave a Comment

error: Content is protected !!