ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୬ ୟୁନିଟ୍ ରକ୍ତ ସଂଗୃହୀତ 

ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୬ ୟୁନିଟ୍ ରକ୍ତ ସଂଗୃହୀତ 

ବସ୍ତା ,01/04: ଉତ୍କଳ ଦିବସ ଅବସରରେ ବସ୍ତା ବ୍ଲକ୍ ଅନ୍ତର୍ଗତ ଅମର୍ଦ୍ଦାରୋଡ଼ ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ସୋମବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ନିଉଟନ ମେସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଆସୋସିଏସନର ସଭାପତି ରାମଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଅଧିକାରୀ ଡ଼ାକ୍ତର ସତୀଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଡ଼ ଜେନା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକନିସିଆନ ଦେବାଶିଷ ଦତ୍ତ,ବିଜୟ ପଟ୍ଟନାୟକ ଏବଂ ସହଯୋଗୀ ହେମଲତା ସେଠୀ,ବିଦ୍ୟାଧର ସାହୁ,ସୁଚିସ୍ମିତା ଦାସ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ମୋଟ୍ ୭୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଗଦାଧର ଦତ୍ତ,ଚିତ୍ତରଞ୍ଜନ ଦାସ,ସରୋଜ କୁମାର ବେହେରା,କୃଷ୍ଣଚନ୍ଦ୍ର ସାହୁ,ରାଜେଶ ରଣା,ଜୟନ୍ତ ପରିଡ଼ା,ପ୍ରଦୀପ କୁମାର ପାତ୍ର,ଦିବାକର ରଣା,କୃଷ୍ଣକେଶବ ରଣା,ଜ୍ୟୋତିଶ ଦାସ,ତାପସ ରଣା,ସୁରେଶ ସାହୁଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ।ସଂପାଦକ ନିରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନକାର୍ଲିର ବାର୍ଷିକ ଉତ୍ସବ ପାଳିତ

masiha

ପୋଖରୀରେ ବୁଡି ବୃଦ୍ଧ ମୃତ

masiha

Leave a Comment

error: Content is protected !!