ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଟପର ହେଲେ ଅନିକେତ

ଜିଲ୍ଲା ଟପର ହେଲେ ଅନିକେତ

ଜୁନାଗଡ଼, ତା. ୧୪/୫ // ସିବି୍ଏସଇ ର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି | ଏଥିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି ) ର ଛାତ୍ର ଅନିକେତ ପଣ୍ଡା ଜିଲ୍ଲା ଟପ୍ପର ହୋଇ ସ୍କୁଲ ପାଇଁ ଗୌରବ ଆଣିଛନ୍ତି | ସେ ସର୍ବମୋଟ ୫୦୦ ରୁ ୪୮୮ମାର୍କ (୯୭.୬%) ରଖି ଜିଲ୍ଲା ଟପ୍ପର ହୋଇଛନ୍ତି | ସେ ଜୁନାଗଡ଼ ସହର ସ୍ଥିତ ଲକ୍ଷ୍ମୀ ସାଗର ପଡା ର ନରେନ୍ଦ୍ର କୁମାର ପଣ୍ଡା ଓ ଜ୍ୟୋସ୍ନା ମୟୀ ପଣ୍ଡା ଙ୍କ ଏକମାତ୍ର ପୁତ୍ର ଅଟନ୍ତି | ଦିନକୁ ମାତ୍ର ୩ ରୁ ୪ ଘଣ୍ଟା ପରିଶ୍ରମ କରି ସେ ଏହି ଶ୍ରେୟ ପାଇଥିବା ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି | ଭବିଷ୍ୟତ ରେ ଜଣେ ଡାକ୍ତର ହେବାକୁ ଅନିକେତ ଲକ୍ଷ ରଖୁଛନ୍ତି | ଅନିକେତ ଜିଲ୍ଲା ଟପର ହେବା ପରେ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟିଛି | 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୭ତମ ଜନ୍ମ ଦିବସ ପାଳିତ

masiha

A new Branch office opened of Canara Bank at 42 Mouza.

masiha

ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!