ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିସ୍ଥାପିତ ପରିବାର ମହିଳା ସଦସ୍ୟଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ  

ବିସ୍ଥାପିତ ପରିବାର ମହିଳା ସଦସ୍ୟଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ  

     ରାୟଗଡା, ୧୪/୫; ରାୟଗଡ଼ା ଜିଲ୍ଲା ଟିକିରି ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ଆଜି ସ୍ଥାନୀୟ ନୂଆପଡା ଠାରେ ଫିନାଇଲ ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ସିଇଓ ସୌରଭ ଖେଡ଼କର, କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ ଡ଼. କ୍ରୀଷ୍ଣା ପାଢ଼ୀ ଓ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉତ୍କଳ ଆଲୁମିନା ପକ୍ଷରୁ ଏହି ଫିନାଇଲ ତିଆରି ୟୁନିଟ ସ୍ଥାପନ ହୋଇଥିବାବେଳେ ଏହାଦ୍ୱାରା କମ୍ପାନୀ ତରଫରୁ ଆର୍ ଆର ୧ କଲୋନୀର ୭୪ ଜଣ ବିସ୍ଥାପିତ ପରିବାରର ମହିଳା ସଦସ୍ୟଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବା ନିମନ୍ତେ ତାଲିମ ପ୍ରଦାନ ଆରମ୍ଭ କରାଯଇଅଛି । କମ୍ପାନୀ ତରଫରୁ ସମସ୍ତ ବିସ୍ଥାପିତ ପରିବାରର ମହିଳା ସଦସ୍ୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଆନୁସଙ୍ଗିକ ସୁବିଧା ଯୋଗାଇଥିବା ବେଳେ ମହିଳାଙ୍କୁ ଫିନାଇଲ ତିଆରି ନେଇ କୌଶଳ ପ୍ରଦାନ ମଧ୍ୟ କରାଯାଇଛି । ଏଥିସହିତ ତିଆରି ହୋଇଥିବା ଫିନାଇଲକୁ ସ୍ଥାନୀୟ ବଜାରରେ ବିକ୍ରୟ ସକାଶେ କମ୍ପାନୀ ତରଫରୁ ସମସ୍ତ ସୁଯୋଗ ପ୍ରଦାନ କରାଯିବ ନେଇ ବ୍ୟବସ୍ଥା ହୋଇଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ କମ୍ପାନୀ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଫିନାଇଲ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରଶିକ୍ଷକ ସନ୍ତୋଷ କୁମାର ନନ୍ଦଙ୍କୁ ନିୟୋଜିତ କରାଯାଇଛି । ଉକ୍ତ ଆର ଓ ଆର କଲୋନୀ ମହିଳାଙ୍କ ମଧ୍ୟରେ ଫିନାଇଲ ତିଆରି ପ୍ରଶିକ୍ଷଣକୁ ନେଇ ପ୍ରଚୁର ଆଗ୍ରହ ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ମହିଳା ମାନେ ଉତ୍ସାହ ସହକାରେ ଯୋଗ ଦେଇ ଫିନାଇଲ ପ୍ରସ୍ତୁତି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିବା ବେଳେ ଦୈନିକ ୫୦୦ ଲିଟରରୁ ଉର୍ଧ ପରିମାଣର ଫିନାଇଲ ତିଆରି ପାଇଁ ଲକ୍ଷ ଧାର୍ଯ୍ୟ କରାଯଇଛି । ସମ୍ପ୍ରତି କମ୍ପନୀ ପକ୍ଷରୁ ମହିଳାଙ୍କୁ ଏଭଳି ଆତ୍ମନିର୍ଭଶୀଳ ସକାଶେ ପଦକ୍ଷେପ ଗ୍ରହଣ କରିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କାରଖାନା ଆର୍ଥ ବିଭାଗ ମୁଖ୍ୟ ଭାସ୍କର ବାନେରଜୀ, ମାନବ ସମ୍ବଳ ପ୍ରମୁଖ ବିଜୟ କୁମୁରା, ସିଏସଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ଆଇଆର ମୁଖ୍ୟ କିରଣ ନାୟକ ଓ କର୍ପୋରେଟ ଆଫଏର, ଲୋକ ସମ୍ପର୍କ ବିଭାଗ ସାଧାରଣ ପରିଚାଳକ ପିତାମ୍ବର ବେହେରା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏସଏଚଏମ ଆର ଓ ଆର ବିଭାଗୀୟ ମୁଖ୍ୟ ବେଲକର ନାଏକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ବିଭାଗର ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୁକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ଅନ୍ତୋଦୟ ଗୃହ ଯାଜନରେ 320 ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା 

masiha

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଙ୍କ ପତ୍ନୀ ବିୟୋଗ

masiha

Leave a Comment

error: Content is protected !!