ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ବ୍ଳକର ବୈଠକ ଅନୁଷ୍ଠିତ

ଥୁଆମୂଳ ରାମପୁର:୨୧/୦୧- (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଏକ ମାର୍ସିକ ବୈଠକ ପାଡେପଦର ଗ୍ରାମପଞ୍ଚାୟତ ସଭାଗୃହ ଠାରେ ସଂଘର ସଭାପତି ଶ୍ରୀ ବଳଭଦ୍ର ବାଗଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ସାମ୍ବାଦିକ ଉପସ୍ଥିତ ରହିଥିବା ବେଳେ ବୈଠକକୁ ସାମ୍ବାଦିକ ଶ୍ରୀ ମୋହନ ସାଗର ପରିଚାଳନା କରିଥିଲେ। ବୈଠକରେ ସଂଘର ସମସ୍ତ ସାମ୍ବାଦିକଙ୍କୁ ମିଳିତ ଭାବରେ ସଂଘକୁ ସୁଦୃଢ ଭାବ ଗଢିତୋଳିବା ଓ ଏକତ୍ରିତ ଭାବରେ ଲୋକଙ୍କ ସମସ୍ୟା ସମାଧାନ ଉପରେ ଅହରହ ସମ୍ବାଦ ପରିବେଷଣ କରି ପ୍ରଶାସନ ପାଖକୁ ପହଁଞ୍ଚାଇବାକୁ ପାଇଁ ପ୍ରୟାସ କରି ଲୋକଙ୍କ ମାଧ୍ୟମ ସାଜି କାର୍ଯ୍ୟ କରିବାକୁ ସଂକଳ୍ପ ବଦ୍ଧପରିକର ହେବା ନିହାତି ଜରୁରୀ ରହିଛି।ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ଅଧିକ ଗୁରୁତ୍ୱ ଦେବା ନିହାତି ଜରୁରୀ ରହିଛି। ନିରପେକ୍ଷ ଓ ଦକ୍ଷତା ଭାବରେ କାମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାଛଡା ସଂଘକୁ ରେଜିଷ୍ଟ୍ରେସନ୍ କରାଯାଇ ସମସ୍ତ ନିୟମ ମାନି ଚଳିବା ଓ ଶୃଙ୍ଖଳିତ ଭାବରେ କାର୍ଯ୍ଯ କରି ପରସ୍ପର କୁ ସାହାଯ୍ୟ ସହଯୋଗ କରିବା ଏହା ସହିତ ଅନ୍ଯାନ୍ଯ କାର୍ଯ୍ଯ ଉପରେ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଶ୍ରୀ ସଲମାନ ସାଗର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସ୍ଥାୟୀ ଶିକ୍ଷକ ଦାବିରେ ଅଭିଭାବକ ମାନେ ସ୍କୁଲରେ ପକେଇଲେ ତାଲା

Sunil Chandra Nayak

ୟୁଜିଆଇଇ ଆଲୁମନି ଆସୋସିଏସନ ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ୨୦୨୬-୨୮ ଅବଧି ପାଇଁ ନୂତନ ପଦାଧୀକାରୀମାନଙ୍କର ନିର୍ବାଚନ

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ

masiha

Leave a Comment

error: Content is protected !!