ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଵୀରଚକ୍ର ସହୀଦ ନୁଦୂରାମ ସୋରେନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି       

ରାଇରଙ୍ଗପୁରରେ ଵୀରଚକ୍ର ସହୀଦ ନୁଦୂରାମ ସୋରେନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି                

   ମୟୂରଭଞ୍ଜ -୨/୦୪ ( ମସିହା) ଭାରତ,ଓଡିଶା ତଥା ରାଇରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ ବୀର ଚକ୍ର ସହିଦ ନାଏବ ସୁବେଦାର ନୁଦୁରାମ ସୋରେନ ଏପ୍ରିଲ ୨ ୧୯୭୭ ମସିହା ଆଜିର ଦିନରେ ମୟୂରଭଞ୍ଜ ରାଇରଙ୍ଗପୁର ସହର ସନ୍ନିକଟ ବିଜାତଳା ଵ୍ଳକ ନୂସାଡିହି ପଞ୍ଚାୟତ ଅନ୍ତର୍ଗତ ବଡଚମ୍ପାହୁଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନରୁ ଦେଶସେବା ତଥା ସମାଜସେବା ପାଇଁ ସେ ଆଗ୍ରହୀ ଥିଲେ । ତେଣୁ ସେ ଛାତ୍ର ଅବସ୍ଥାରେ ଏନସିସି ନେଇଥିଲେ । ମାତ୍ର ୧୯ ବର୍ଷ ବୟସରେ ଦେଶ ସେବା ପାଇଁ ସୈନିକ ବିଭାଗରେ ଯୋଗ ଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ।୨୦୨୦ ମସିହା ଜୁନ ୧୬ ତାରିଖରେ ଗଲଓ୍ବାନ ଘାଟୀରେ ଚାଇନା ସେନାଙ୍କ ସହ ଲଢେ଼ଇ କରି ଦେଶମାତୃକାର ସୁରକ୍ଷା ପାଇଁ ସେ ସହୀଦ ହୋଇଥିଲେ ।ସେହି ମହାନ ଦେଶ ସେବକ ପାଇଁ ଭାରତ ସରକାର ତାଙ୍କୁ ବୀର ଚକ୍ର ଉପାଧି ସମ୍ମାନ ଦେଇଥିଲେ । ସେହି ମହାନ ଦେଶ ସେବକଙ୍କୁ ଆଜି ତାଙ୍କର ଜୟନ୍ତୀ ପାଳନ ଅବସରରେ ରାଇରଙ୍ଗପୁର ସହରର ବସଷ୍ଟାଣ୍ଡ ନିକଟବର୍ତ୍ତୀ ନୁଦୁରାମ ସୋରେନ ପ୍ରତିମୂର୍ତ୍ତୀ ନିକଟରେ ସହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ଯୁବ ସମାଜସେବୀ ମନୋରଞ୍ଜନ ହାଁସଦା ଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି| ସମସ୍ତେ ସେହି ଦିବଂଗତ ମହାନ ଦେଶ ସେବକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ମହାନ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଡ଼୍ରାଇଭର ସଂଘର ବରିଷ୍ଠ ସଦସ୍ୟ ପଦ୍ମ ଲୋଚନ ବେହେରା , ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ପ୍ରିୟଦର୍ଶିନୀ ବେହେରା , ସେବା ନିବୃତ ମେଜର ମହେନ୍ଦ୍ର ମହାନ୍ତ ,ସେବା ନିବୃତ ଡକ୍ଟର ରମେଶ ଚନ୍ଦ୍ର ମାର୍ଣ୍ଡି, ଅଧ୍ୟାପକ ବିଜୟ କୁମାର ରାମ, ମୁଚିରାମ ମାଝୀ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ତୁଷାରକାନ୍ତ ମହାନ୍ତ,ନୀରଜ ସାହୁ,ଶ୍ଯାମଳେନ୍ଦୁ ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ପରେ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଗୋପାଳକୃଷ୍ଣ ମହାନ୍ତି,ପ୍ରତାପ ଚନ୍ଦ୍ର ହେମ୍ବ୍ରମ, ରବୀନ୍ଦ୍ର ମୁଖୀ,ସେକ ଇନ୍ତିଆଜ, ସୁଶେନ ମୁଣ୍ଡା, ଶୁକଦେବ ଗିରି, ହିମାଂଶୁ ଭୂୟାଁ, ପଦ୍ମଲୋଚନ ବିନ୍ଧାଣୀ, ତଥା ଟ୍ରଷ୍ଟର ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇ ସହୀଦ ନୁଦୂରାମଙ୍କ ଭଳି ସମସ୍ତେ ଦେଶ ସେବାପାଇଁ କିଛି କିଛି ସମୟ ଓ ତ୍ୟାଗ କଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥର ନାଉଯୋଡାରେ ଗୋରୁପଲକୁ ରକ୍ଷା କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

Sunil Chandra Nayak

ପିକଅପ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତର

masiha

Leave a Comment

error: Content is protected !!