ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡକାୟତ ଉଦ୍ୟମ କରୁଥିବା ୩ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀଙ୍କୁ ବାନ୍ଧିବା ରାଇରଙ୍ଗପୁର ପୋଲିସ 

ଡକାୟତ ଉଦ୍ୟମ କରୁଥିବା ୩ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀଙ୍କୁ ବାନ୍ଧିବା ରାଇରଙ୍ଗପୁର ପୋଲିସ 

ମୟୂରଭଞ୍ଜ – ୨/୦୪ ( ମସିହା)ଡ଼କାୟତ ଉଦ୍ୟମ କରୁଥିବା ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଡକାୟତ, ଏଟିଏମ୍ ଲୁଟେରାକୁ ରାଇରଙ୍ଗପୁର ଟାଉନ ପୋଲିସ ଗିରଫ କରିଥିବା ଘଟଣା ଆଜି ଖବରଦାତା ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୫ କିମି ଦୂର ଭାଲୁବସା ପେଟ୍ରୋଲ ପମ୍ପ ପଛ ପାଖ ଏକ ପୋଲ ପାଖରେ କିଛି ଯୁବକ ସୁଇଫ୍ଟ ଡିଜାୟାର କାର୍ ରଖି ମଦ୍ଯପାନ କରୁଥିଲେ । ରାଇରଙ୍ଗପୁର ଟାଉନ ଥାନାର ଏଏସଆଇ ଆଲୋକ କୁମାର ସିଂ, କର୍ମଚାରୀ ଦଶରଥ ହେମ୍ବ୍ରମ, ଗୋବର୍ଦ୍ଧନ ମୁଣ୍ଡାରୀ,ଟୁନା ମିନାଇକା ସୋମବାର ମଧ୍ୟ ରାତିରେ ପାଖାପାଖି ଦେଢଟା ସମୟରେ ପେଟ୍ରୋଲିଂକରୁଥିବା ସମୟରେ ଏମାନଙ୍କୁ ଦେଖିବାକୁ ପାଇଁ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ୩ ଜଣଙ୍କୁ ମାଡିବସି କାବୁ କରିଥିବାବେଳେ ଦୁଇ ଜଣ ଚମ୍ପଟ ମାରି ଅନ୍ଧକାର ରାତିରେ ଖସି ପଳାଇଥିଲେ । ସେମାନଙ୍କ ଠାରୁ ପୋଲିସ ଏକ ଖେଳନା ରିଭଲଭର,ଏକ ଲୁହା ରଡ଼,୩ ଟି ଏଟିଏମ୍ ପ୍ଳେଟ,,୩ ଟା ମୋବାଇଲ,,୩ ଟା ଏଟିଏମ୍ କାର୍ଡ,୩ ଟି ଆଧାର କାର୍ଡ, ୪୭୦ ଟଙ୍କା,ଏକ ଧଳା ମାରୁତି ସୁଇଫ୍ଟ ଡିଜାୟାର କାର ( jH 01DQ 5430) ଜବତ କରିଥିଲେ । ସେମାନଙ୍କୁ ପୋଲିସ ଜେରା କରିବାପରେ ସେମାନେ ଡକାୟତ ଉଦ୍ୟମ କରିବା ନେଇ ସ୍ବିକାର କରିଥିଲେ ।ଆଗରୁ ମଧ୍ଯ ବରଗଡ଼ ରେ ଏଟିଏମ୍ ଲୁଟେରା ଘଟଣାରେ ଜେଲରେ ଥିଲେ ।ନିକଟରେ ଜେଲରୁ ବେଲରେ ଆସିଥିଲେ । ଦୁର୍ଦାନ୍ତ ଆନ୍ତଃ ରାଜ୍ୟ ଡକାୟତ ହେଲେ ଝାଡ଼ଖଣ୍ଡ ରାଜ୍ୟର ସଢେଇକଳା – ଖରସୁଆଁ ଜିଲ୍ଲାର ଆଦିତ୍ଯପୁରର ମୁକେଶ ତିଓ୍ବାରୀ,ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାର ବେଲାରୀ ଅଂଚଳର ଖଇରୁଲ ଵସାର (୩୨) ଏବଂ ଅନ୍ଯ ଜଣେ ଉତ୍ତରପ୍ରଦେଶର ବେଲାରୀ ଅଂଚଳର ମହମ୍ମଦ ଇରସାଦ (୩୩) । ରାଇରଙ୍ଗପୁର ଟାଉନ ପୋଲିସ ସେମାନଙ୍କ ନାମରେ ୧୧୧/୨୪ ରୁଜୁ କରି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନାଧିକାରୀ ଶ୍ରୀ ସୁଚନ୍ଦ୍ର ମହାଳିକ ,ଆଲୋକ ସିଂ ଏବଂ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ : ଦୁଇ ଦେଶୀ ବନ୍ଧୁକ ଜବତ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ସଶସ୍ତ୍ର ଡକାୟତି , ଆଲମାରୀ ଭାଙ୍ଗି ୬ଲକ୍ଷ ଟଙ୍କା ସହ ଲୁଟିନେଲେ ସୁନାଗହଣା

ଓକିଲ ଙ୍କ ଠାରୁ ଲୁଟ ସହ ରାଜପୁର ଗାଁ ରେ ସଶସ୍ତ୍ର ଡକାୟତି

masiha

Leave a Comment

error: Content is protected !!