ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ

ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ

ଭଦ୍ରକ,୦୩/୪/୨୪- ଇଂରାଜୀ ସାହିତ୍ୟରେ ଭିନ୍ନ ଭିନ୍ନ ବିଷୟ ଆଧାରିତ ତଥା ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ କବିତାମାନ ଲେଖି ଆନ୍ତର୍ଜାତୀୟ ମାନବିକ ସଂସ୍ଥାର ସଭାପତି HR Amb.Prof.Dr. Jamila Safi (Palestine) ଓ ଚେୟାନମ୍ୟାନ ତଥା ସମ୍ପାଦକ HR.Amb.Prof.Tony Fouad (Egypt)ଙ୍କ ତରଫରୁ ଶ୍ରୀମାନ୍ ଶ୍ରୀକାନ୍ତ ପଣ୍ଡାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଅଛି । ଶ୍ରୀମାନ୍ ପଣ୍ଡା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ବସନ୍ତିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ପଣ୍ଡା ଓ ମାତା ବସନ୍ତ ମଞ୍ଜରୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ଅଟନ୍ତି । ସେ ଅଧୁନା ବାଞ୍ଛାନିଧି ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଇଥଗଡିଆ, କଳିଗାଁ, ହାଟଡିହୀ, କେନ୍ଦୁଝରର ଇଂରାଜୀ ଅଧ୍ୟାପକ ରୂପେ କାର୍ଯ୍ୟରତ ଅଛନ୍ତି । In Quest Of Lost Time ନାମରେ ତାଙ୍କର ଏକ ଇଂରାଜୀ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି । ଆଉ ଏକ ସଂକଳନ ପ୍ରକାଶିତ ଅପେକ୍ଷାରେ ଅଛି । ସେ ଓଡି଼ଶାରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ସଭାପତି ରୂପେ ଅଳଙ୍କୃତ ଥାଇ ସାହିତ୍ୟ ମହଲରେ ପରିଚିତ ଥାଇ ସାରସ୍ୱତ ଜଗତରେ ସୁନାମ କରି ଚାଲିଛନ୍ତି । ଆନ୍ତର୍ଜାତୀୟ ସ୍ତରରୁ ଡକ୍ଟରେଟ୍ ଉପାଧି ପାଇବା ପରେ ସାରସ୍ୱତ ସାହିତ୍ୟ ମହଲରୁ ଭୂୟସୀ ପ୍ରଶଂସାର ସୁଅ ତାଙ୍କ ନିକଟକୁ ଛୁଟିବାରେ ଲାଗିଛି । ଏଥିରେ ସେ ନିଜେ ଖୁସି ଅନୁଭବ କରିବା ସହିତ ସାଙ୍ଗସାଥୀ ମାନେ ମଧ୍ୟ ଖୁସିରେ ପ୍ରଶଂସା କରୁଥିବା କଥା ଶ୍ରୀମାନ୍ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵର ଏବଂ ଭଦ୍ରକରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହାତୀ ଆକ୍ରମଣ ର ଶିକାର ହେଲେ ଦୁଇଟି ଗ୍ରାମର ଦୁଇ ଯୁବକ

Sunil Chandra Nayak

କୋଲନରାରେ ‘ଚଇତି’_୨୦୨୪ ଉପଲକ୍ଷେ କବି ସମ୍ମିଳନୀ

masiha

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

Leave a Comment

error: Content is protected !!