ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

ଡାବୁଗାଁ, ୪/୪ (ମ.ନି.ସ.) ସାଧାରଣ ନିର୍ବାଚନ ଘୋଷଣା ହେବ ପରେ ରାଜ୍ୟରେ ବିଜେଡ଼ିର ବିଭିନ୍ନ ବିଧାନସଭା ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରାଯିବା ପରେ ନବରଙ୍ଗପୁର ଜିଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପାର୍ଥୀ ଭାବେ ମନୋହର ରନ୍ଧାରୀ ଟିକେଟ ପାଇଥିଲେ | ଟିକେଟ ପାଇବା ପରେ ଗୁରୁବାର ଡାବୁଗାଁ ଠାରେ ବିଜେଡି ପାର୍ଥୀ ମୋଟରସାଇକଲ ଶୋଭାଯାତ୍ରା କରି ପ୍ରଚାର କରିଛନ୍ତି । ବିଜେଡି ବିଧାୟକ ପାର୍ଥି ଓ ବିଜେଡି କର୍ମୀ ମାନେ ମୋଟରସାଇକେଲ ଯୋଗେ ଡାବୁଗାଁ ଠାରୁ ବାହାରି ଚଚରାଗୁଡା , ଅଞ୍ଚଳା, ମେଦନା ଓ ଡ଼ଙ୍ଗରିଗୁଡା ପଞ୍ଚାୟତ ରେ ବିଜେଡି କର୍ମୀ ମାନେ ମୋଟରସାଇକେଲ ଯୋଗେ ରାଲି କରି ପ୍ରତି ଗ୍ରାମରେ ପହଞ୍ଚି ପ୍ରଚାର କରିଥିଲେ | ବିଧାୟକ ପାର୍ଥି ଙ୍କୁ ପ୍ରତ୍ୟେକ ଗ୍ରାମରେ ଜନସାଧାରଣ ମାନେ ସ୍ଵାଗତ ଜଣାଇଥିଲେ । ଏହି ରାଲୀରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏମପି ପ୍ରତିନିଧି ଏମ. ଆପ୍ପା ରାଓ , ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଡାବୁଗାଁ ଜିଲାପରିଷଦ ଗୁପ୍ତ ବିଶୋଇ, ପ୍ରତି ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତି ଓ ବହୁତ କର୍ମୀ ମାନେ ସାମିଲ ଥିଲେ ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

ଡାବୁଗାଁରେ ଭାଜପାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳିତ

masiha

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!