ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା
ଡାବୁଗାଁ, ୪/୪ (ମ.ନି.ସ.) ସାଧାରଣ ନିର୍ବାଚନ ଘୋଷଣା ହେବ ପରେ ରାଜ୍ୟରେ ବିଜେଡ଼ିର ବିଭିନ୍ନ ବିଧାନସଭା ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରାଯିବା ପରେ ନବରଙ୍ଗପୁର ଜିଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପାର୍ଥୀ ଭାବେ ମନୋହର ରନ୍ଧାରୀ ଟିକେଟ ପାଇଥିଲେ | ଟିକେଟ ପାଇବା ପରେ ଗୁରୁବାର ଡାବୁଗାଁ ଠାରେ ବିଜେଡି ପାର୍ଥୀ ମୋଟରସାଇକଲ ଶୋଭାଯାତ୍ରା କରି ପ୍ରଚାର କରିଛନ୍ତି । ବିଜେଡି ବିଧାୟକ ପାର୍ଥି ଓ ବିଜେଡି କର୍ମୀ ମାନେ ମୋଟରସାଇକେଲ ଯୋଗେ ଡାବୁଗାଁ ଠାରୁ ବାହାରି ଚଚରାଗୁଡା , ଅଞ୍ଚଳା, ମେଦନା ଓ ଡ଼ଙ୍ଗରିଗୁଡା ପଞ୍ଚାୟତ ରେ ବିଜେଡି କର୍ମୀ ମାନେ ମୋଟରସାଇକେଲ ଯୋଗେ ରାଲି କରି ପ୍ରତି ଗ୍ରାମରେ ପହଞ୍ଚି ପ୍ରଚାର କରିଥିଲେ | ବିଧାୟକ ପାର୍ଥି ଙ୍କୁ ପ୍ରତ୍ୟେକ ଗ୍ରାମରେ ଜନସାଧାରଣ ମାନେ ସ୍ଵାଗତ ଜଣାଇଥିଲେ । ଏହି ରାଲୀରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏମପି ପ୍ରତିନିଧି ଏମ. ଆପ୍ପା ରାଓ , ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଡାବୁଗାଁ ଜିଲାପରିଷଦ ଗୁପ୍ତ ବିଶୋଇ, ପ୍ରତି ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତି ଓ ବହୁତ କର୍ମୀ ମାନେ ସାମିଲ ଥିଲେ ।