ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ  

ଭୁବନେଶ୍ୱର ସ୍ଥିତ ଦୀପାଳି ଇଣ୍ଟରନେସନାଲ ହୋଟେଲ ଠାରେ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଯୋଗାଣ ସହାୟକ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ତଥା ପୂର୍ବତନ ସଭାପତି, କୋଷାଧ୍ୟକ୍ଷ ଓ ଉପଦେଷ୍ଟା ମାନେ ଯୋଗ ଦେଇଥିଲେ। ପୂର୍ବତନ ସଭାପତି ସୋଦନ ପଟେଲଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ବୈଠକରେ ତୁଷାର କାନ୍ତ ଦାଶ ଓ ଜୟନ୍ତ କୁମାର ପଧାନ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଜିଲ୍ଲାର ସହମତି କ୍ରମେ ରାଜ୍ୟ ଯୋଗାଣ ସହାୟକ ସଂଘର ନୂତନ ରାଜ୍ୟ କମିଟି ଚୟନ କରାଯାଇଥିଲା। ରାଜ୍ୟ ସଂଘର ନୂତନ ସଭାପତି ଭାବେ ସଞ୍ଜୀବ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଭାବେ ଅରୁଣ କୁମାର ବାରିକ, ସାଧାରଣ ସମ୍ପାଦକ ବିବେଚି ଚନ୍ଦ୍ର ମଲ୍ଲି, ଉପସଭାପତି (୧) ବି.ତୁଷାର କାନ୍ତ ଦାସ,(୨) ଚନ୍ଦ୍ର ଶେଖର ଦାଶ, (୩) ଅଜିତ କୁମାର ପ୍ରଧାନ, (୪) ଗଣପତି ମହାନ୍ତ, (୫) ସୁଶ୍ରୀ ଜୋଷ୍ଣ।ରାଣୀ ଦେହୁରୀ, ଯୁଗ୍ମ-ସମ୍ପାଦକ ଭାବେ ତନୁଶ୍ରୀ ରଥ, କୋଷାଧ୍ୟକ୍ଷ ଭାବେ ମୋତିଲାଲ ସାହୁ, ଯୁଗ୍ମ-କୋଷାଧ୍ୟକ୍ଷ ଲଷ୍ମୀଧର ବାଗ ପ୍ରମୁଖ ମନୋନୀତ ହୋଇଛନ୍ତି। ରାଜ୍ୟ ସଂଘକୁ ତଦାରଖ ତଥା ସୁପରିଚାଳନା କରିବା ପାଇଁ ମୁଖ୍ୟ-ଉପଦେଷ୍ଟା ମଳୟ କୁମାର ମଲ୍ଲିକ ଓ ଉପଦେଷ୍ଟା ମଣ୍ଡଳୀରେ ସୋଦନ ପଟେଲ, ଜୟନ୍ତ କୁମାର ପଧାନ, ସୌମ୍ୟ ରଞ୍ଜନ ଦାଶ, ପ୍ରମୋଦ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପଣ୍ଡା, ରାମକୃଷ୍ଣ ବସ୍ତିଆ ପ୍ରମୁଖଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ନୂତନ ରାଜ୍ୟ ସଭାପତିଙ୍କ ସହ ସମସ୍ତ କର୍ମକର୍ତ୍ତା ଶପଥ ଗ୍ରହଣ କରି ରାଜ୍ୟ ସଂଘ ପାଇଁ ସମର୍ପିତ ଭାବ ନେଇ କାର୍ଯ୍ୟ କରିବୁ ବୋଲି ମତପ୍ରକାଶ କରିଥିଲେ। ରାଜ୍ୟ ସଂଘର ପୁରୁଣା ରେଜିଷ୍ଟ୍ରେସନ କମିଟିର ସଦସ୍ୟଙ୍କ ନାମକୁ ନୂତନ କମିଟିର ସଦସ୍ୟ ନାମରେ କରିବା ପାଇଁ ନୂତନ ସଭାପତି ନିଷ୍ପତ୍ତି ନେଇଥିଲେ ଓ ତୁରନ୍ତ ରାଜ୍ୟ ସଂଘର ନୂତନ ଯୁଗ୍ମ-ପାସବହି କରିବା ପାଇଁ ମଧ୍ୟ ମତ ପ୍ରକାଶ କରିଥିଲେ।ସଭା ଶେଷରେ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇଘର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

masiha

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

ଅନିର୍ଦ୍ଦିଷ୍ଟ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!