ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାତି ଆଉ ୪୮ ଘଣ୍ଟା…

ତାତି ଆଉ ୪୮ ଘଣ୍ଟା…

ଭୁବନେଶ୍ବର: ଉପକୂଳରୁ ଉପାନ୍ତ ହେଉ କି ବୌଦ୍ଧରୁ ଭୁବନେଶ୍ବର, କେଉଁଠି ବି ତାତିରୁ ନିସ୍ତାର ମିଳୁନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ସାମାନ୍ୟ କମ୍‌ ରହୁଥିଲେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଦିନ ୧୦ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପଶ୍ଚିମ ଓଡ଼ିଶାରେ ତ ସ୍ଥିତି ଅସମ୍ଭାଳ।

ବୌଦ୍ଧ ଓ ମାଲକାନଗିରି ସହରରେ ଚଳିତ ସିଜିନ୍‌ର ସର୍ବୋଚ୍ଚ ତାପମାତ୍ରା ଆଜି ୪୨ ଡିଗ୍ରି ଛୁଇଁଛି। ରାଜ୍ୟର ୧୧ଟି ସହରର ପାରଦ ୪୦ ଡିଗ୍ରି ଡେଇଁଛି। ବଲାଙ୍ଗୀର ଓ ଅନୁଗୁଳରେ ୪୧.୭ ଡିଗ୍ରି, ଝାରସୁଗୁଡ଼ାରେ ୪୧.୬, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧, ନୂଆପଡ଼ାରେ ୪୦.୪, ରାଉରକେଲାରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦.୧ ଡିଗ୍ରି ରେକର୍ଡ କରାଯାଇଛି।

ଆସନ୍ତା ଦୁଇଦିନରେ ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୩୬ରୁ ୩୮ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୯ରୁ ୪୧ ଡିଗ୍ରି ମଧ୍ୟରେ ରହିବ। ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଉପକୂଳ ଓଡ଼ିଶାରେ ପିକ୍‌ ଆୱାର(ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା)ରେ ଆର୍ଦ୍ରତା ୫୦ରୁ ୭୦% ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ରୁ ୫୦% ରହିବା ନେଇ ଆକଳନ କରାଯାଇଛି। ୫ ଓ ୬ ତାରିଖ ପାଇଁ ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼ ରହିବ,।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବାତ୍ୟା “ମୋନ୍ଥା”ର ସତର୍କ ବୈଠକ

Sunil Chandra Nayak

ତାଳଚେର ପ୍ରେସ୍ କ୍ଲବ୍ ( ନୋଭାଲ୍ )ର ଜାତୀୟ ପ୍ରେସ୍ ଦିବସ ପାଳନ 

masiha

ଅବକାରୀ ସହ ନିରିକ୍ଷଜଙ୍କ ଯୋଗଦାନରେ ଖୁସିର ଲହରୀ

Sunil Chandra Nayak

Leave a Comment

error: Content is protected !!