ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ପଞ୍ଚାୟତ ମହା ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ   

କଳାହାଣ୍ଡି:ପଞ୍ଚାୟତ ମହା ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ   

ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଯୁବ ଗୋଷ୍ଠୀଙ୍କୁ ଆହ୍ୱାନ

ସ୍ଥାନୀୟ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ଏଵଂ ରେଡ୍ ରିବନ କ୍ଲବ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ମୁଖ୍ୟବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସମ୍ମାନୀତ ଅତିଥି ଭାବେ ସ୍ବାମୀ ଚିଦାନନ୍ଦ +୨ ମହାବିଦ୍ୟାଳୟ କରଚଲାର ଯୁବ ରେଡକ୍ରସ ପରାମର୍ଶଦାତା କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା ଓ ଲଖିରାମ +୨ ମହାବିଦ୍ୟାଳୟ, ବେହେରାର ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଶି ପ୍ରମୁଖ ଯୋଗ ଦେଇଥିଲେ । ଜନ ସାଧାରଣ ସଚେତନ ହେଲେ ଏଡ଼ସ ନିରାକରଣ ସମ୍ଭବ। ଏଥିପାଇଁ ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ହେଲ୍ପ ଲାଇନ ଟୋଲ୍ ଫ୍ରି ନମ୍ବର ୧୦୯୭ ସହାୟତା ନେବାପାଇଁ ଆଲୋଚନା କରାଯାଇଥିଲା। ସମ୍ପ୍ରତି ଦେଖା ଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବା ସହ ରକ୍ତଦାନର ମହତ୍ତ୍ୱ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ। ବରିଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ସରୋଜ କୁମାର ପଣ୍ଡା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଅନ୍ୟତମ ଯୁବ ରେଡକ୍ରସ୍ ପରାମର୍ଶଦାତା ରାଜେଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଦୀନବନ୍ଧୁ ବାଗ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!