ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ – ୨୦୨୪

ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ – ୨୦୨୪

ଆଜି ତାରିଖ ୦୬.୦୭.୨୦୨୪ ରିଖ ରେ ସ୍ଥାନୀୟ ଅଭିନନ୍ଦନ ହଲ ନିକଟସ୍ଥ ରେଳୱେ କଲୋନୀ ର ରେଳୱେ ପଡିଆରେ ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ ହୋଇଯାଇ ଅଛି । 

ଏହି ବର୍ଷ ଏହି ପବିତ୍ର କାର୍ଯକ୍ରମ ଟି “ ମାଁ ନାମରେ ବୃକ୍ଷ ଟିଏ” କ୍ରମରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏହି ବର୍ଷ ନିଜ ନିଜ ମାଁ ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇ ଅଛି । 

ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲ୍ଲକା ଯୋଗଦାନ କରି ନିଜ କରକମଳ ରେ ଏକ ରୁଦ୍ରାକ୍ଷ ବୃକ୍ଷ ଚାରା ନିଜ ମାଁ ନାମରେ ରୋପଣ କରି ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ ର ଶୁଭାରମ୍ଭ କରିଥିଲେ । ତାପରେ ମାନ୍ୟବର ବିଧାନ ସଭା ସଦସ୍ୟ , ରାୟଗଡ଼ ଶ୍ରୀ ଆପଲ ସ୍ଵାମୀ କାଦ୍ରାକା , ମଧ୍ୟ ଏକ ଶାଳ ବୃକ୍ଷ ର ଚାରା ରୋପଣ କରିଥିଲେ । 

ତାପରେ ସମ୍ମନନୀୟ ଶ୍ରୀ ମନୋଜ ସତ୍ୟବାନ ମହାଜନ , ଜିଲ୍ଲାପାଳ , ରାୟଗଡ଼। , ଶ୍ରୀ ହରିଶ ବି ଶି , ଜିଲ୍ଲା ଆରକ୍ଷୀ ଅଧିକାରୀ, ରାୟଗଡ, ଶ୍ରୀ ସଚିନ ଆନ୍ନା ସାହେବ , ବନଖଣ୍ଡ ଅଧିକାରୀ , ଶ୍ରୀ ଅଶୋକ କୁମାର ପ୍ରଧାନ , ଉପ ବନ ସଂରକ୍ଷକ , ରାୟଗଡ଼ , ଶ୍ରୀ ସଂଦୀପ କୁମାର ପୃଷ୍ଟି , ଉପ ବନ ସଂରକ୍ଷକ , ରାୟଗଡ଼ , ଶ୍ରୀ ମହେଶ ପଟ୍ଟନାୟକ, ଅଧକ୍ଷ ରାୟଗଡ ପୌରପାଳିକା, ସୁଶ୍ରୀ ଟୁନି ହୁଇକା, ଅଧକ୍ଷ।, ରାୟଗଡ ବ୍ଲକ , ଶ୍ରୀମତୀ ବବିଲତା ସର୍ଫ , Principal , ରାୟଗଡ଼ autonomous କଲେଜ , ଶ୍ରୀମତୀ ସଂଯୁକ୍ତ। କୁଲେସିକା, ଅଧକ୍ଷା , କୋଳନାରା ବ୍ଲକ , ସୁଶ୍ରୀ ସରସ୍ବତୀ ମାଝୀ , ଜିଲା ପରିଷଦ ଅଧକ୍ଷା , ରାୟଗଡା , ଶ୍ରୀ ଗୌରାଙ୍ଗ ରାଉତ , ଜିଲ୍ଲା ବନ୍ୟପ୍ରାଣୀ ତତ୍ୱାବଧାରକ ଏହି କାର୍ଯକ୍ରମ ରେ ଯୋଗଦାନ କରି ନିଜ ନିଜ ମାଁ ଙ୍କ ନାମ ରେ ଏକ ବୃକ୍ଷ ରୋପଣ କରିଥିଲେ । 

ଏହି ପରିପେକ୍ଷୀ ରେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲ୍ଲକା ବର୍ତମାନ ର ପରିବେଶ ର ଅସନ୍ତୁଲଣତା ପାଇଁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଗୋଟିଏ ଗୋଟିଏ ଚାର। ରୋପଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ସହରାଞ୍ଚଳ ରେ ସହରାଞ୍ଚଳ ବନୀକରଣ ଅଧିକ ମାତ୍ର। କରିବା ପାଇଁ ବନଖଣ୍ଡ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । 

ଏହି ପରିପେକ୍ଷୀ ରେ ରାୟଗଡା ବନଖଣ୍ଡ ଅଧିକାରୀ, ରାୟଗଡା ବନଖଣ୍ଡ ଅଧୀନରେ ରେ ଥିବା ୭ ଗୋଟି ବନାଞ୍ଚଳ ରେ ବିଭିନ୍ନ ଯୋଜନା ରେ ଏହି ବର୍ଷ ୭, ୫୦,୦୦୦ ଗୋଟି ଚାର। ରୋପଣ କରିବା ପାଇଁ ଯୋଜନା କରାଯାଇ ଅଛି ଏବଂ ଜିଲ୍ଲା ସ୍ଥରୀୟ ଭଳି ପ୍ରତି ବନାଞ୍ଚଳରେ ୭୫ ତମ ମହୋତ୍ସବ ଜୁଲାଇ ୧ ତାରିଖ ରୁ ଜୁଲାଇ ୭ ତାରିଖ ପର୍ଜନ୍ତ ପାଳନ କରିବା ନିମନ୍ତେ ସରକାରୀ ସ୍ଥର ରେ ନିର୍ଦ୍ଧେଶ ଦିଆଯାଇଛି । ପ୍ରତି ବନାଞ୍ଚଳ ନର୍ସରି ରୁ ନିଜ ନିଜ ବାଡି ବଗିଚା ଏବଂ ଅନୁଷ୍ଠାନ ରେ ଲୋଗେଇବା ନିମନ୍ତେ ବିଭିନ୍ନ ପ୍ରକାର ର ଚାର। ଉପଲବ୍ଧ ଥିବା ପ୍ରକାଶ କରିଥିଲେ । ସରକାର ଙ୍କ ନିର୍ଦ୍ଧେଶବଳୀ ଅନୁସାରେ SHG ମହିଳା ସଂଘ ମାଧ୍ୟମରେ ଅତିକମ ରେ ଗୋଟିଏ ଗୋଟିଏ ସଭ୍ୟ ୫ / ୧୦ ଗୋଟି ଚାର। ନିଜ ନିଜ ମାଁ ଙ୍କ ନାମ ରେ ଲୋଗଇବା କୁ ଅନୁରୋଧ କରିଥିଲେ । 

ଏହି କାର୍ଯକ୍ରମ କୁ ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ ସୂଚାରୁ ରୂପେ ପରିଚାଳନା କରିଥିଲେ ଏବଂ ଶ୍ରୀ ଗୌରି ଶଙ୍କର ସାହୁ , ବନପାଳ , ରାୟଗଡା ଏବଂ ରାୟଗଡା ବନାଞ୍ଚଳ ର ସମସ୍ତ ବନପାଳ ଏବଂ ବନରକ୍ଷୀ ସହଯୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

The incident of putting up posters “Entry of journalists prohibited” in the block office, JCI’s Odisha team submitted Memorandum to the Revenue Minister.

masiha

କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କ ୧୨୨ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଓ ବାର୍ଷିକ ଉତ୍ସବ -୨୦୨୫ ମହା ସମାରୋହରେ ପାଳିତ 

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ପ୍ରେମିକ ଶୋଇବା ଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

masiha

Leave a Comment

error: Content is protected !!