ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡି ଯୁବକ ମୃତ

ପାଣିରେ ବୁଡି ଯୁବକ ମୃତ

 ମୟୂରଭଞ୍ଜ -୬/୦୪ ( ମସିହା) ପାଣିରେ ବୁଡି ଆନ୍ତଃ ରାଜ୍ୟ ଯୁବକ ମୃତ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଜି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ଼ଦୁନ୍ଦୁ ସରକାରୀ ପୋଖରୀରେ। ସୂଚନା ଅନୁସାରେ ମୃତକ ଜଣଙ୍କ ବିହାର ରାଜ୍ୟର ପୂର୍ବୀ ଚମ୍ପାରନ ମତିହାରି ଜିଲ୍ଲାର ତରକଲିଆ ଥାନା ଅନ୍ତର୍ଗତ ଚାରଗାଁ ଗ୍ରାମର ଇନୁସ ମିଆଁଙ୍କ ପୁତ୍ର ଜାକିର ହୁସେନ(୩୬) ବୋଲି ପୋଲିସ ପକ୍ଷରୁ ଜଣା ପଡ଼ିଛି।ତେବେ କାଚ ସାମଗ୍ରୀ ବ୍ୟବସାୟ କରିବା ପାଇଁ ଆସିଥିଲେ। ଗତକାଲି ରାତିରେ ପୋଖରୀ ତୁଠକୁ ଯାଇ ଫେରି ଆସି ନଥିବାରୁ ଅନ୍ୟ ବ୍ୟବସାୟୀ ସାଙ୍ଗ ମାନେ ଖୋଜ୍ ଖବର କରି ପାଇ ନଥିଲେ।ଆଜି ଗ୍ରାମର ଲୋକେ ପୋଖରୀରେ ଭାସୁଥିବାର ଦେଖି ଦମକଳ ବାହିନୀକୁ ଯୋଗାଯୋଗ କରିବା ପରେ ଶବ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଆଣି ଶବ ବ୍ୟବଚ୍ଛେଦ କରି ତାଙ୍କ ଘରକୁ ପଠାଇ ଦେଇଥିଲେ।ଏନେଇ ବହଳଦା ପୋଲିସ ୭/୨୪ ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

 ମୟୂରଭଞ୍ଜ ରରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କାର୍ ସହ ସ୍କୁଟି ଧକ୍କା

Sunil Chandra Nayak

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 

masiha

Leave a Comment

error: Content is protected !!