ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଟିପୁଟ ଜଙ୍ଗଲରେ ଲାଗିଲା ନିଆ ମୁଲ୍ୟବାନ ବୃକ୍ଷ ନଷ୍ଟ

ଗୋଟିପୁଟ ଜଙ୍ଗଲରେ ଲାଗିଲା ନିଆ ମୁଲ୍ୟବାନ ବୃକ୍ଷ ନଷ୍ଟ

ତେନ୍ତୁଳିଖୁଣ୍ଟି ୦୫/୪/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗତିପୁଟ ଜଙ୍ଗରେ ରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ସମୟ ଗଡିବା ସହ ନିଆଁ ର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ବନ କର୍ମଚାରୀଙ୍କ ଦେଖା ନଥିବାରୁ ଜୀବଜନ୍ତୁ ଙ୍କ ଜୀବନ ଯାଉଥିବା ବେଳେ ମୁଲ୍ୟବାନ ବୃକ୍ଷ ଗୁଡିକ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । କେବଳ ଗତିପୁଟ ନୁହଁ ବେଜୁଗୁଡା ନିକଟସ୍ଥ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏହି ନିଆଁ ଗତକାଲି କମ ଜଳୁଥିବା ବେଳେ ଆଜି ଆଧିକ ଜଳୁଥିବା ଅଞ୍ଚଳରେ ଲୋକେ କହୁଛନ୍ତି ।ବନବିଭାଗ ତରଫରୁ ଜଙ୍ଗଲ ନିଆଁ ନଲଗାଇବା ନେଇ ସଚେତନ କରାଯାଉଛି ଶତ କିନ୍ତୁ ଜଙ୍ଗଲ ନିଆଁ ଲିଭାଇବା ଦିଗରେ ବନବିଭାଗ ଦୁର୍ବଳ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।ଏହି ଜଙ୍ଗଲରେ ବୋହୁ ଜଙ୍ଗଲୀ ଜନ୍ତୁ ବସବାସ କରନ୍ତି । ଜଙ୍ଗଲ ପୋଡିଯିବା ଫଳରେ ଜୀବଜନ୍ତୁ ଗାଁ ମୁହା ହୋଇପାରନ୍ତି । ଫଳରେ ଜୀବନ ଜାପନ ସନ୍ତୁଲନ ବିଗିଡିବା ନେଇ ଚର୍ଚା ହେଉଛି ।  ଏହି ଜଙ୍ଗଲ ନିଆଁ ଆୟତ କରିବାପାଇଁ କିଛି ପ୍ରୟାସ ହେଉନଥିବା ରୁ ଅସନ୍ତୋଷ ବୃଦ୍ଧି ପାଉଛି । କେଉଁ କାରଣ ପାଇଁ ଏହି ଜଙ୍ଗଲ ଜଳିଲା ତାହା ଜଣା ପଡ଼ିନାହିଁ ।ଶତାଧିକ ମୂଲ୍ୟବାନ  ଗଛ ଏବଂ ଚେରମୂଳି ଗଛ ପୋଡି ପାଉଁଶ ହୋଇଯାଉଛି ।କିନ୍ତୁ ନିଆଁ କୁ ଆୟତ ଦିଗରେ ପଦକ୍ଷପ ଗ୍ରହଣ କରା ନଯିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ବନବିଭାଗ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବିଭିର୍ନ ସଚେତନତା କରାଯାଉଛି ।କିନ୍ତୁ ଏହାର କିଛି ପ୍ରଭାବ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବନବିଭାଗ  ରେ ପଡୁନଥିବା ମନେ ହେଉଛି ।ଏହି ନିଆଁ ର ପ୍ରକୁତ କାରଣ ଜଣା ପଡିନଥିଲେ ମଧ୍ୟ ଲୋକ ସଚେତନା ଅଭାବରୁ ହୋଇଥିବା ଅନୁମାନ କରାଯାଉଛି  ।ଅନ୍ୟ ପଟେ ବନବିଭାଗ ପକ୍ଷ୍ୟ ରୁ ନୃତନ ଜଙ୍ଗଲ ଶୃଷ୍ଟି ପାଇଁ ବିଭିର୍ନ ଯୋଜନାରେ ବ୍ୟାପକ ଗଛ ରୋପଣ କରାଯାଉଛି | କିନ୍ତୁ ଥିବା ଜଙ୍ଗଲ ନଷ୍ଟ ହେଉଥିବାବେଳେ ବନବିଭାଗ ନିରବ ଦ୍ରଷ୍ଠା ସାଜିଥିବା ଚର୍ଚା ହେଉଛି ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଦୁଇ ବରିଷ୍ଠ ଅଧିକାରୀ ଙ୍କୁ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ବ୍ରିଜରୁ ଖସିପଡ଼ିଲା ହାଇବା ଗାଡି ! ଡ୍ରାଇଭର, ହେଲଫର ଗୁରୁରର

Sunil Chandra Nayak

Leave a Comment

error: Content is protected !!