ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲେଜ ଫିଲ୍ଡ ଯୋଗ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 

କଲେଜ ଫିଲ୍ଡ ଯୋଗ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୭|୪)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ଡାବୁଗାଁ କଲେଜ ଫିଲ୍ଡ ଯୋଗ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଗ୍ରୁପ ର କର୍ମକର୍ତ୍ତା ଭାଗବାନ ମହାନ୍ତି,ସନ୍ତୋଷ ପାଣିଗ୍ରାହୀ,ଧନଞ୍ଜୟ ବିଶୋଇ, ମନୋଜ ସୁବୁଦ୍ଧି, ଏମ୍ ରମେଶ ରାଓ, ସୁରେଶ ସାହୁ ମଞ୍ଜୁଳ ସେଠି, ସୌଭାଗ୍ୟ ସାହୁ, ପ୍ରଦୀପ ଦଳପତି ଓ ଶିକ୍ଷକ ପ୍ରକାଶ ପ୍ରମୂଖ ପ୍ରତ୍ୟେହ ଭୋରରୁ ଯୋଗ କରିବା ପାଇଁ ଡାବୁଗାଁ କଲେଜ ପଡିଆ କୁ ଆସି ଦେହକୁ ସୁସ୍ଥ ରଖି ଥାନ୍ତି l ଏହି ଗ୍ରୁପ ଦେଖିଲେ ଯେ ଉକ୍ତ ପଡିଆ ପରିବେଶ ଅପରିଷ୍କାର ରହିଛି, ପରିବେଶ ସୁସ୍ଥ ରହିଲେ ସ୍ୱାସ୍ଥ୍ୟ ଭଲ ରହିବ,ଏଣୁ ଗ୍ରୁପ ଦ୍ୱାରା ମନସ୍ଥ କରାଗଲା ପରିବେଶ ସଫା କରିବା l ଏଥିଲାଗି ଆଜି ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ ଉକ୍ତ କଲେଜ ପଡିଆ, ପାଖରେ ଥିବା ରାଧାକୃଷ୍ଣ ମନ୍ଦିର ପରିବେଶ ଓ ଶିଶୁ ବିଦ୍ୟାମନ୍ଦିର ପରିସରକୁ ପରିଷ୍କାର କରି ଅଳିଆ ଆବର୍ଜନା କୁ ପୋଡି ସୁସ୍ଥ ବାତାବରଣ ସ୍ରୁଷ୍ଟି କରି ସ୍ଵଚ୍ଛ ଭାରତ ରେ ସାମିଲ ହୋଇ ଥିଲେ l ଉକ୍ତ “କଲେଜ ଫିଲ୍ଡ ଯୋଗ ଗ୍ରୁପ” ଦ୍ୱାରା ସଫେଇ କାର୍ଯ୍ୟକ୍ରମ କୁ ସମସ୍ତ ଜନସାଧାରଣ, ଗଣମାଧ୍ୟମ, ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରା ଯାଇଛି l ଗ୍ରୁପ କରିବ ତ ଏମିତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁ ,ମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ 

masiha

ରାଜଗାଙ୍ଗପୁର କଣ୍ଟା ବ୍ୟବସାୟ ଉପରେ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ର ଚଢ଼ାଉ 

Sunil Chandra Nayak

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

Sunil Chandra Nayak

Leave a Comment

error: Content is protected !!