ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୧ ଗିରଫ

ଅବକାରୀ ଚଢାଉ ୧ ଗିରଫ

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ରବିବାର ପେଟ୍ରୋଲିଂ କରି ଚଢାଉ କରାଯାଇଥିଲା | ଏହି ପେଟ୍ରୋଲିଂ ସମୟରେ ବାନୁଆଗୁଡା ଗ୍ରାମ ରାସ୍ତାରେ ଏକ ମୋଟର ସାଇକେଲ ନଂ ଓଡି ୨୪ ବି ୯୩୨୨ ଯୋଗେ ଯାଉଥିବା ବେଳେ ଅବକାରୀ କର୍ମଚାରୀ ମାନେ ଉକ୍ତ ମୋଟର ସାଇକେଲ କୁ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ମୋଟର ସାଇକେଲ ରେ ଏକ ପ୍ଲାଷ୍ଟିକ ଡବାରେ ୩୦ ଲିଟର ସଲଫି ରସ ଜବତ କରଯାଇଥିଲା | ଏହା ସହ ମୋଟର ସାଇକେଲ ଆରୋହି ବାର୍ଲି ଗ୍ରାମର ସନ୍ତୋଷ ଜାନୀ (୨୨) କୁ ଗିରଫ କରାଯାଇଛି | ଏହି ଚଢାଉରେ ଅବକାରୀ ନିରିକ୍ଷକ ରଞ୍ଜୁଲତା ବାରିକ ଙ୍କ ତତ୍ଵାବଧାନ ରେ ଡାବୁଗାଁ ଅବକାରୀ ଇଉପିଏ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ଏସ. କେ ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୫/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ସରକାରୀ ଟଙ୍କା କୁ ଆତ୍ମସାତ ଘଟଣା। ବନ୍ଧା ହେଲେ ବନ ବିଭାଗର ପାଞ୍ଚ କର୍ମଚାରୀ

masiha

ଆଶାକର୍ମୀ ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ୱାରସ୍ଥ

masiha

ଅବାଧ ଜଙ୍ଗଲ କାଟିବା ଅଭିଯୋଗରେ ଦୁଇ କୋର୍ଟ ଚାଲାଣ କଲା ଆମପାଣି ବନ ବିଭାଗ

Sunil Chandra Nayak

Leave a Comment

error: Content is protected !!