ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ପୌର ଉପାଧ୍ୟକ୍ଷ୍ୟା ଭାବେ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ

ଜୁନାଗଡ଼ ,୭/୪(ନି.ପ୍ର ) ସମସ୍ତ କଳ୍ପନାଜଳ୍ପନାର ଅବସାଦ ଘଟି ଜୁନାଗଡ଼ ପୌର ଉପାଧ୍ୟକ୍ଷ୍ୟା ଭାବେ ବିଜେଡିର ୧୦ ନମ୍ବର କାଉନସିଲର ଶ୍ରୀମତୀ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।ଜୁନାଗଡ଼ ପୌର ପରିଷଦର ୧୨ ଟି କାଉନସିଲର ମଧ୍ୟରୁ ୧୦ ଗୋଟି କାଉନସିଲର ବିଜେଡ଼ିର ଥିବାବେଳେ ବିଜେପିରୁ ଦୁଇଜଣ ଅଛନ୍ତି।ଏକକ ସଂଖ୍ୟା ଗରିଷ୍ଠ ଥିବା ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ଯୋଗୁଁ ଶ୍ରୀମତୀ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ଶ୍ରୀମତୀ ନାଏକ ନିର୍ବାଚିତ ହେବାପରେ ତାଙ୍କୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ, ସମସ୍ତ ପାରିଷଦ ଶୁଭେଚ୍ଛା ଜଣାଇଥିଲେ।ବିଜୟ ଉତ୍ସବ ସମୟରେ ଜିଲ୍ଲା ପରିଷଦ ଉପଧକ୍ଷ୍ୟା ସୁଧିରା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସାମାଜିକ କର୍ମୀ ଦୁର୍ଗା ନାଏକ , ପୂର୍ବତନ ନଗରପାଳ ମହେଶ ସାହୁ, ପ୍ରମୁଖଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତା ଓ ସହରବାସୀ ଉପସ୍ଥିତ ଥିଲେ। ଜୁନାଗଡ ରୁ ନରେନ୍ଦ୍ର   ଖୁତି ଙ୍କ ରିପୋର୍ଟ।

 

 

 

 

Related posts

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୋତୋମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନବ ନିର୍ବାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

କବିତା ସାହୁ ଙ୍କ କବିତା – ରାମ ନବମୀ

Sunil Chandra Nayak

Leave a Comment

error: Content is protected !!