ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

ତେନ୍ତୁଳିଖୁଣ୍ଟି ୦୯/୦୪/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଧୁମଧାମରେ ପାଳିତ ହୋଇଯାଇଛି ହିନ୍ଦୁ ନବବର୍ଷ । ତେନ୍ତୁଳିଖୁଣ୍ଟି ବ୍ଲକ ରେ ଶତାଧିକ ହିନ୍ଦୁ ଏକତ୍ରିତ ହୋଇ ବହୁ ଆଡମ୍ବରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ  ପାଳନ କରିଥିବା ଦେଖିବାକୁ ମିଳିଥିଲା ।ପ୍ରଥମେ ଖାତିଗୁଡାର ଶତାଧିକ ହିନ୍ଦୁ ବାଇକରେ ଗେରୁଆ ଧ୍ୱଜା ଲଗେଇ ଇନ୍ଦ୍ରାବତୀା କଲେଜରୁ ବାହାରି ,ଲମତାଗୁଡା ଶ୍ରୀ ରାମ ମନ୍ଦିର ପର୍ଯ୍ୟନ୍ତ ବାଇକ ରାଲିକରି ନଗର ପରିକ୍ରମା କରିଥିଲେ । ଅନ୍ୟ ପଟେ ଘୂମିଦରା, ଅମଲାଭଟା,ପାତ୍ରପୁଟ, କ ଣ୍ଟାଗାଁ,ଝରିଗୁମା,ଚିତ୍ରକୋଟ , ଅଞ୍ଚଳଗୁମା ,ତେନ୍ତୁଳିଖୁଣ୍ଟି ଅଭିମୁଖେ ସହସ୍ର ହିନ୍ଦୁ ବାଇକ ଶୋଭାଯାତ୍ରା ବାହାରି ଖାତିଗୁଡା ଅଭିମୁଖେ ଯାତ୍ରା କରିଥିଲେ ।ଏହି ଯାତ୍ରା ରେ ୪୦୦ରୁ ଉର୍ଦ୍ଧ୍ବ ବାଇକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଖାତିଗୁଡା ମାର୍କେଟ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ କମ୍ପିଥିଲା ଜୟ ଶ୍ରୀରାମର ରାମ ଧ୍ୱନି ।ଏହାପରେ ଲମତାଗୁଡା ମନ୍ଦିର ନିକଟରେ ଏକ ସମାବେଶ ଆୟୋଜିତ ହୋଇଥିଲା ।ଏହି ସମାବେଶରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତା ଙ୍କ ସମେତ ରାମସେନା ସଦସ୍ୟ ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମ କୁ ସଫଳ କରିବାରେ ସ୍ଥାନୀୟ ସରସ୍ବତୀ ବିଦ୍ୟା ମନ୍ଦିରର କିଛି ଗୁରୁଜୀ ,ଛାତ୍ରଛାତ୍ରୀ ଙ୍କ ସମେତ ସ୍ଥାନୀୟଲୋକେ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଝରିଗାଁ ବ୍ଳକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ଆଜି ଆତ୍ମା ଚେୟାରମ୍ୟାନ ଚୟନ

masiha

ଲଡ଼ାଙ୍ଗଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!