ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ସୁନାମାଲ ଗ୍ରାମର ମହିଳା

ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ସୁନାମାଲ ଗ୍ରାମର ମହିଳା

କୋକସରା,୯/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୨ ମାସ ହେବ ଅଚଳ ହୋଇ ପଡିଛି। ଫଳରେ ଗ୍ରୀଷ୍ମପ୍ରବାହରେ ପାନୀୟ ଜଳ ପାଇଁ ଡ଼ହକ ବିକଲ ହେଉଛନ୍ତି ସ୍ଥାନୀୟ ସୁନାମାଲ ଗ୍ରାମବାସୀ। ଦୁଇ ମାସ ମଧ୍ୟରେ ଲଡୁଗାଁ ପଞ୍ଚାୟତ ସମେତ ବ୍ଲକ ପ୍ରଶାସନ, ଜଳ ଯୋଗାଣ ବିଭାଗ ଓ ଜନ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ହେଲେ ପାନୀୟ ଜଳ ଯୋଗାଣ ନେଇ କୌଣସି ପଦକ୍ଷେପ ନେଇ ନାହାଁନ୍ତି ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ। ଡହଡହ ଖରାରେ ନଦୀରେ ବାଲିଚୁଆ ଖୋଲି ଓ ଦୀର୍ଘ ରାସ୍ତା ଚାଲି ଚାଲି ପାନୀୟ ଜଳ ସଂଗ୍ରହ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ମାନେ। ସୋମବାର ସୁନାମାଲ ଗ୍ରାମର ଶତାଧିକ ମହିଳା ମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ଦେବାକୁ ଆସିଥିବା ବେଳେ ବିଡ଼ିଓ ଅନୁପସ୍ଥିତ କାରଣରୁ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଯଦି ସପ୍ତାହେ ମଧ୍ୟରେ ଜଳ ଯୋଗାଣ ନହୁଏ ତାହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏନେଇ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇଙ୍କ ପ୍ରତିକ୍ରିୟା ନେବାରୁ ମୋଟର ଅଚଳ ଥିବା କାରଣରୁ ପାଣି ଯୋଗାଣ ହୋଇ ପାରୁନାହିଁ ମୁଁ ସହକାରୀ ଯନ୍ତ୍ରୀ ଙ୍କ ସହ ଏ ବିଷୟରେ କଥା ହୋଇଛି ଆସନ୍ତା ୩/୪ ଦିନ ମଧ୍ୟରେ ମୋଟର ଲଗାଯାଇ ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଳି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସରକାରୀ ଉନ୍ନତି କାର୍ଯ୍ୟର ଅର୍ଥ ଆତ୍ମସାତ ଅଭିଯୋଗ

masiha

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

masiha

ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!