ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପୂଜାରିଗୁଡ଼ା ରେ ନିର୍ବାଚନୀ ରଣ ନୀତି ପାଇଁ କଂଗ୍ରେସ୍ ଦଳ ର ଵୈଠକ 

ପୂଜାରିଗୁଡ଼ା ରେ ନିର୍ବାଚନୀ ରଣ ନୀତି ପାଇଁ କଂଗ୍ରେସ୍ ଦଳ ର ଵୈଠକ 

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ତରଫରୁ ଆଗାମୀ ନିର୍ବାଚନ ପ୍ରଚାର ପ୍ରସାର ଓ ପରିଚାଳନା ନେଇ ଏକ ବୈଠକ ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ଙ୍କ ସଭାପତିତ୍ବରେ ଆଜି ପୂଜାରୀଗୁଡ଼ା ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ବୈଠ କରେ 21 ଜଣିଆ ପ୍ରଚାର କମିଟି ଗଠ ନ କରାଯାଇଛି। ଏହାର ଅଧ୍ୟକ୍ଷତା ବ୍ଲକ କଂଗ୍ରେସ ସଭାପତି ହିଆଲ୍ କରିବାକୁ ଥିବା ବେଳେ ପି ସି ସି ସମ୍ପାଦିକା ପି ନାଗ ରତ୍ନମା ,ଦ୍ବାରିକା ମହାପାତ୍ର ,ଭୀମସେନ ପାଣିଗ୍ରାହୀ,ବସନ୍ତ ପାଣିଗ୍ରାହୀ ,କିଶୋର ସିଂ , ସୁଧୀର ସୁନା , ଅନୁରଞ୍ଜନ ହିଅଲ୍,ଭାସ୍କର ସୁନା, ପଙ୍କଜ ଖୁରା,ଜୟ ଚନ୍ଦ୍ର ଦଂଗ୍ରି,ବିଶ୍ଵନାଥ ସିଂ ସୁନିଲ ସିଂ ,ବିଜୟ ଖୂରା,ବୃନ୍ଦାବନ ବିଶୋଇ ,ବ୍ରଜ ସୁନା ,ଦୁର୍ଲଭ ଗୌଡ,ପ୍ରଦୀପ ନାୟକ ପ୍ରମୁଖ ଙ୍କୁ ମନୋନୀ ତ କରାଯାଇଛି। ଆସନ୍ତା 18 ଏପ୍ରିଲ ଗୁରୁବାର ଦିନ ଏକ ବିରାଟ ସାଧାରଣ ସଭା ପୂଜାରିଗୁଡା ରେ କରାଯାଇ ପ୍ରଚାର ଆରମ୍ଭ କରିବା ନିଷ୍ପତ୍ତି ହୋଇଥିଲା।ଏହି ବୈ ଠ କ ରେ ବ୍ଲକ ର ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ରାଜ୍ୟରେ ୯.୮ ଲକ୍ଷ ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଘେରିଲା ବିଜେଡି

Sunil Chandra Nayak

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

masiha

ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେଡ଼ି ଜିଲ୍ଲା ସଭାପତି ଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!