ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ାରେ ଶ୍ରୀମଦ ଭାଗବତ କଥା ମହୋତ୍ସବ 

ରାୟଗଡ଼ାରେ ଶ୍ରୀମଦ ଭାଗବତ କଥା ମହୋତ୍ସବ 

         ରାୟଗଡା ସହରର ଗୌତମ ନଗର ଅଞ୍ଚଳରେ ଥିବା ଇସ୍କନର ପ୍ରଚାର କେନ୍ଦ୍ର (ଆଉଟପୋସ୍ଟ) ଦ୍ଵାରା ତିନି ଦିନ ଧରି ଶ୍ରୀମଦ ଭାଗବତ କଥା ମହୋତ୍ସବ ଆୟୋଜିତ ହୋଇଯାଇଛି। ଅପ୍ରେଲ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଭାଗବତ କଥାର କଥାବାଚକ ଥିଲେ ବୃନ୍ଦାବନ ଧାମ ନିବାସୀ ପରମ ପୂଜ୍ୟ ଶ୍ରୀ ଶ୍ରୀମଦ ଭକ୍ତି ଗୌରବ ନାରାୟଣ ସ୍ଵାମୀ ମହାରାଜ। ପୂଜ୍ୟ ମହାରାଜ ଇସ୍କନ ପୂର୍ବ ଭାରତର ଆଞ୍ଚଳିକ ସମ୍ପାଦକ ଅଟନ୍ତି। ପ୍ରତିଦିନ ମହାରାଜଙ୍କ ମୁଖରୁ ମଧୁର କଥା ଶ୍ରବଣ କରି ଲୋକମାନେ ଆନନ୍ଦିତ ହୋଇଥିଲେ । 

      କଳିଯୁଗରେ ଲୋକମାନେ ନାନାଦି କଷ୍ଟରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ କରୁଛନ୍ତି । ତାହା ଦ୍ଵାରା କିଛି କ୍ଷଣିକ ସୁଖ ପାଇବା ପରେ ପୁନର୍ବାର ଦୁଃଖ ପାଉଛନ୍ତି। କଳିର ପ୍ରଭାବରୁ ରକ୍ଷା ପାଇବା ପାଇଁ ସର୍ବ ଶ୍ରେଷ୍ଠ ମାର୍ଗ ହେଉଛି କେବଳ ଭକ୍ତିଯୋଗ। ସରଳ ଭକ୍ତିରେ ନାମ କୀର୍ତନ, ସେବା କରି ଆନନ୍ଦ ପାଇବା ହେଉଛି କଳି ଯୁଗର ସବୁଠୁ ବଡ ଧର୍ମ । “କଳି ଯୁଗର ଏହି ଯୁଗ ଧର୍ମ” ବିଷୟରେ ପୂଜ୍ୟ ମହରାଜ ତିନି ଦିନ ଧରି ଚର୍ଚା କରିଥିଲେ। କଳିହତ ମାନବ ଜୀବନରେ ସୁଖ ପାଇବା ପାଇଁ ଅନେକ ପାପ କାର୍ଯ୍ୟ କରି ଚାଲିଛି । ପାପର ଫଳ ଭୋଗ କରିବା ପାଇଁ ନର୍କ କଷ୍ଟ ପାଇବା ସହ ଭୌତିକ ଜଗତରେ ପୁନର୍ବାର ଜନ୍ମ ଗ୍ରହଣ କରୁଛି । କିନ୍ତୁ ଭକ୍ତି କରିବା ଫଳରେ ମନୁଷ୍ୟ ନିଜ ଦୁଃଖକଷ୍ଟ ପାଇବାର ପ୍ରକୃତ କାରଣ ଜାଣିପାରେ। ତେଣୁ ଏହାର ସମାଧାନ ପାଇବା ପାଇ ଆଧ୍ୟାତ୍ମିକ ଗୁରୁଙ୍କ ନିର୍ଦେଶରେ ଭକ୍ତିପୂତ କର୍ମ ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାଗତ ହୋଇ ଦୁଃଖ ପୂର୍ଣ ସଂସାରରୁ ମୁକ୍ତି ପାଇ ପରମ ଆନନ୍ଦ ଲାଭ କରିପାରିବ ।

     ଗୌତମ ନଗର ଆଖପାଖ ତଥା ରାୟଗଡାର ଅନ୍ୟ ଅଞ୍ଚଳର ଅଧିବାସୀ ମାନେ ବହୁ ସଂଖ୍ଯାରେ କଥା ଶ୍ରବଣ କରିବାକୁ ଆସିଥିଲେ । ଭକ୍ତ ମାନେ ପ୍ରତିଦିନ ନଗର କୀର୍ତନ କରି ଲୋକମାନଙ୍କୁ କଥା ଶ୍ରବଣ କରିବାକୁ ଉତ୍ସାହିତ କରୁଥିଲେ। ଶେଷ ଦୁଇ ଦିନ କଥା ଶେଷରେ ଇସ୍କନ ଭକ୍ତ ମାନଙ୍କ ଦ୍ଵାରା ଦୁଇଟି ନାଟକ “ବିଶ୍ଵାସେ ମିଳଇ ହରି” ଓ “ମୁଁ ଓ ମୋ ମନ” ନାଟକ ପରିବେଷଣ କରାଯାଇଥିଲା। ପ୍ରତିଦିନ ଭକ୍ତମାନଙ୍କୁ ସୁସ୍ୱାଦୁ ମହାପ୍ରସାଦ ଦିଆଯାଇଥିଲା। ଏହି କଥା ଶୁଣିବାକୁ ପ୍ରତିଦିନ ୧୦୦୦ ଭକ୍ତଙ୍କ ସମାଗମ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମାନ ସୁବଳ ହରି ପ୍ରଭୁ, ଶ୍ରୀମାନ ଧନଞ୍ଜୟ ହୃଷିକେଶ ପ୍ରଭୁ, ଶ୍ରୀମାନ ତୀର୍ଥରାଜ ପ୍ରଭୁ ଓ ଅନ୍ୟାନ୍ୟ ଭକ୍ତ ଗଣ।

     ସୂଚନା ଥାଉକି ଇସ୍କନ ରାୟଗଡ଼ା ଗୌତମ ନଗର ଶାଖାରେ ପ୍ରତି ରବିବାର ସନ୍ଧ୍ୟା ସମୟରେ ସତ୍ସଙ୍ଗ, ନାମ କୀର୍ତ୍ତନ ଓ ମହାପ୍ରସାଦ ବିତରଣ କରାଯାଏ। ତଥା ବୈଷ୍ଣବ ମହୋତ୍ସବ ମାନଙ୍କରେ ମଧ୍ୟ କଥା, କୀର୍ତ୍ତନ ଓ ପ୍ରସାଦ ବିତରଣ କରାଯାଇଥାଏ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅମର୍ଦ୍ଦା ରୋଡ ରଘୁନାଥ ମହାନ୍ତି ବାସ ଭବନରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

masiha

ଖଡ଼ିଆଳ ରେ ୧୨ ଘଣ୍ଟା ବନ୍ଦ ପାଳନ

masiha

Leave a Comment

error: Content is protected !!