ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା ବାରଣାସୀ ଯାତ୍ରା 

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା ବାରଣାସୀ ଯାତ୍ରା 

ନୂଆପଡା, ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ସାମିଲ ହୋଇ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଏହି ଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ନୂଆପଡା ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଘନଶ୍ୟାମ ମୁଣ୍ଡ ,ସହାୟକ ଜିଲ୍ଲାପାଳ, ବିଜୟ ଛତ୍ରିଆ ପତାକା ଦେଖାଇ ବସ୍ ଯୋଗେ ଯାତ୍ରାର ଶୁଭାରମ୍ଭ କରିଥିଲେ l ସେମାନେ ମଙ୍ଗଳବାର ରାୟଗଡ଼ାରୁ ରେଳ ଯୋଗେ ଯାତ୍ରା କରି ୧୩ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଏକ ସୁଖଦ ଯାତ୍ରା କାମନା କରି ସମସ୍ତେ ବିଭୁ କୃପା ଲାଭ କରି ଏକ ଦିବ୍ୟ ଅନୁଭୂତି ନେଇ ଫେରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ‘ସୂଚନା ଅଧିକାର ଆଇନ’ ଉପରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

masiha

ଭୁବନ ଦର୍ଜି ସଂଘ ପକ୍ଷରୁ ବୁଦ୍ଧେଶ୍ୱର ରେ ବୈଠକ

masiha

Leave a Comment

error: Content is protected !!