ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅନୁଷ୍ଠିତ ହେବ ସଂକଳ୍ପ ଯାତ୍ରା

ଅନୁଷ୍ଠିତ ହେବ ସଂକଳ୍ପ ଯାତ୍ରା

ବାଲେଶ୍ଵର,୧୩/୪/୨୪- ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି । କେବଳ ରାଜ୍ୟ ପାଇଁ ନୁହେଁ; ବିଭିନ୍ନ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି ଏବଂ ତାଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରିବା ପାଇଁ ମନ ସ୍ଥିର କରିସାରିଛନ୍ତି । ସିମୁଳିଆ-ଖଇରାରେ ଶାନ୍ତି, ପ୍ରଗତି ଓ ସେବାର ଧାରାକୁ ଜାରି ରଖିବା ପାଇଁ ଆସନ୍ତୁ ସମସ୍ତେ ନବୀନଙ୍କୁ ସମର୍ଥନ ଜଣାଇବା ଏବଂ ଏକ ‘ବିକଶିତ ସିମୁଳିଆ-ଖଇରା’ ତଥା ‘ନବୀନ ଓଡିଶା’ ଗଠନ ପାଇଁ ଦୃଢ଼ ସଂକଳ୍ପ ନେବାକୁ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି ।

       ଏହି ପରିପରେକ୍ଷୀରେ ଆସନ୍ତା ୧୫/୪/୨୦୨୪ ତାରିଖରେ ସିମୁଳିଆ ଠାରୁ ଖଇରା ପର୍ଯ୍ୟନ୍ତ ବାଇକ୍ ରାଲି (ସଂକଳ୍ପ ଯାତ୍ରା) ସକାଳ ୮ ଘଟିକାରୁ ଆରମ୍ଭ ହୋଇ ଦିବା ୧୧ ଘଟିକାରେ ଶେଷ ହେବ । ପରେ ପରେ ଖଇରା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ପରିସମାପ୍ତ ହେବ । ଏହି କାର୍ଯ୍ୟକ୍ରରେ ସମସ୍ତ ଜନସାଧାରଣ ଓ ନେତୃମଣ୍ଡଳୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିବା ସହ ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ୱାଦିକ ମାନଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ ଜଣାଇଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡ଼ିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା

masiha

ବସ୍ତା ବିଜେପି ପକ୍ଷରୁ ବରିଷ୍ଠ ନେତା ବାବୁ ନନାଙ୍କ ଜନ୍ମ ଦିନ ପାଳିତ 

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ରୁ ପ୍ରତାପ, ମହାକାଳପଡ଼ାରୁ ଅତନୁ ରାଜନଗରରୁ ଧ୍ରୁବ ଓ ପାଟକୁରାରୁ ଅରବିନ୍ଦ ବିଜେଡି ର ବିଧାୟକ ପ୍ରାର୍ଥୀ ଘୋଷଣା

masiha

Leave a Comment

error: Content is protected !!