ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋଇଲାରୀରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

କୋଇଲାରୀରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

ଡାବୁଗାଁ, ୧୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର କୋଇଲାରୀ ପଞ୍ଚାୟତ ଅଧୀନ ସାନ କୋଇଲାରୀ ଗ୍ରାମରେ ପାଖରେ ଥିବା ଆମ୍ବ ବଗିଚା ରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାନସଭା ଆସନ ବିଧାୟକ ପାର୍ଥୀ ଲିପିକା ମାଝି ଯୋଗ ଦେଇ ଉଦବୋଧନ ଦେଇ କର୍ମୀ ମାନଙ୍କୁ ବିଧାୟକ ଭାବେ ତାଙ୍କୁ ଓ ସାଂସଦ ପାର୍ଥୀ ତାଙ୍କ ବାପା ଭୁଜବଳ ମାଝି ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ | ଏହାସହ ବିଧାୟକ ପାର୍ଥୀ ଗ୍ରାମର ପ୍ରତି ଘରେ ଘରେ ବୁଲି ଲୋକ ମାନଙ୍କ ସହ ଭେଟି ଭୋଟ ମାଗିବା ସହ କଂଗ୍ରେସ ର ଗ୍ୟାରେଣ୍ଟି କାର୍ଡ ବଣ୍ଟନ କରିଥିଲେ | ଏହାସହ ଗ୍ରାମର ଏହି ସଭାରେ କୋଇଲାରୀ ପଞ୍ଚାୟତର ସରଗୁଡା, କେନ୍ଦୁଗୁଡା ଓ କୋଇଲାରୀ ଗ୍ରାମର ୪୫ ଜଣ ବିଭିନ୍ନ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ | ଏହି ସମ୍ମିଳନୀରେ ବ୍ଲକ କଂଗ୍ରେସ ଉପସଭାପତି ଧର୍ମାନନ୍ଦ ନାୟକ ଓ କୃଶ ପନକା, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝି, ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀଧର ମାଝି, ବ୍ଲକ କଂଗ୍ରେସ କମିଟି ଉପଦେଷ୍ଟା ବାବି ଜେନା, କୋଇଲାରୀ ସରପଞ୍ଚ ଚଦ୍ରୀ ଭତ୍ରା, ସମିତି ସଭ୍ୟା ସନମତି ଭତ୍ରା, କୋଇଲାରୀ ପଞ୍ଚାୟତ ପର୍ଯ୍ୟବେକ୍ଷକ ଆଶୁତୋଷ ଜେନା, ପଞ୍ଚାୟତ ସଭାପତି ଭୈରବସିଂ ମାଝି ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଦେଖି ଅନ୍ୟ ଦଳ ମାରୁଅଛି ଆଖି  

masiha

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

Sunil Chandra Nayak

ମାଳପୁରା ଗ୍ରାମ ରାମ ମନ୍ଦିର ପରିସରରେ ଗରିବ କଲ୍ୟାଣ ସମାବେଶ ପାଳନ କରୁଛି ବିଜେପି

Leave a Comment

error: Content is protected !!