ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ମିଶ୍ରଣ ପର୍ବରେ ଶକ୍ତି ପ୍ରଦର୍ଶନ କଲା ବିଜେପି

ଜୁନାଗଡ଼ ମିଶ୍ରଣ ପର୍ବରେ ଶକ୍ତି ପ୍ରଦର୍ଶନ କଲା ବିଜେପି

ଜୁନାଗଡ଼,୧୫/୪(ମ ନି ସ)ଜୁନାଗଡ଼ ସହରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ,ଏଥିରେ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ସାମିଲ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେପି। ଜୁନାଗଡ଼ ସହରରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡି ଓ କଂଗ୍ରେସ ର ଶତାଧିକ କର୍ମୀ ବିଜେପି ରେ ଯୋଗ ଦେଇଥିଲେ । ଜୁନାଗଡ଼ ସ୍ଥିତ ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ବିଜେପିର ଶତାଧିକ କର୍ମୀ ଓ ସମର୍ଥକ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ହୋଟେଲ ମୋନର୍କପ୍ୟାଲେସ ଠାରେ ପହଞ୍ଚିଥିଲେ । ସେଠାରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ମେହେର,ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ଉପସ୍ଥିତିରେ ପୂର୍ବ ବିଧାୟକ ମହେଶ୍ୱର ବରାଡ଼ଙ୍କ ପୁଅ ତଥା ଓକିଲ ସଂଘ ସମ୍ପାଦକ ହିମାଂଶୁ ବରାଡ଼ ,ପୁର୍ବ ଏନଏସି ଅଧକ୍ଷ ସୁଧାଂଶୁ ବରାଡ଼, ପୂର୍ବ ଏନଏସି ଅଧ୍ୟକ୍ଷ୍ୟା ମମତା ବରାଡ଼, ନେତ୍ରାନନ୍ଦ ମହାନ୍ତି ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଦି ସରକାର ଙ୍କ ବିକଶିତ ଭାରତ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିବା ସହ ରାଜ୍ୟରେ ବିଜେଡି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। କେବଳ ବିଜେପି ହି ଦେଶର ଓ ରାଜ୍ୟରେ ବିକାଶର ରାସ୍ତା ଦେଖାଇ ପାରିଛି ବୋଲି ଉପସ୍ଥିତ ନେତା ମତବ୍ୟକ୍ତ କରିଥିଲେ। ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ଭୀକ ନେତା ମନୋଜ ମେହେରଙ୍କୁ ଭୋଟ ଦେଇ ଜିତାଇବାକୁ ସେମାନେ ଅପିଲ କରିଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନଗର ସଭାପତି କଳିନ୍ଦ୍ରୀ ପାଣିଗ୍ରାହୀ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ସିଡିପିଓ ଅଫିସ ସାମ୍ନାରେ କଂଗ୍ରେସ ପକ୍ଷରୁ ୭୨ଘଣ୍ଟା ଆମରଣ ଅନଶନ

Sunil Chandra Nayak

କଂଗ୍ରେସ ଦେଉ ନଥିଲା ଗୁରୁତ୍ୱ ଆଜି ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦେଲେ ଧର୍ମଗଡ ର କଂଗ୍ରେସ ନେତା ଡାକେ ଲହଜଳ ଓ ତାଙ୍କ ଟିମ 

masiha

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

Leave a Comment

error: Content is protected !!