ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

ପ୍ରତିବାଦ

 

ମୋ–ମୋର ପ୍ରତିବାଦ ତୁମକୁ ହେ ପ୍ରଭୁ

 ଦେବ ଯଦି ଦୁଃଖ ଦିଅ,

ଦୁଃଖର ସଗାରେ ଭସାଇ ଦିଅ ହେ

ଲଙ୍ଘିବି ପାର୍ଥିବ ମୋହ ।

ର– ରକ୍ତ ମାଂସ ଅସ୍ଥି ଶରୀର ଦେଇଛ 

ଅଧା ସୁଖେ ଅଧା ଦୁଃଖେ ,

ବସୁଧା ସରଗ ଅଧରେ ଝୁଲୁଛି 

ଅଧା ଶୋ6କ ଅଧା ଭୋକେ ।

ପ୍ର–ପ୍ରତିବାଦ ତୋତେ ଅଧା ଗଢା ଦିଅଁ

ଅଧାରେ ପାଏ ମୁଁ କଷ୍ଟ ,

ଅପୂର୍ଣ୍ଣ ସାନ୍ତ୍ୱନା ଅପୂର୍ଣ୍ଣ ଲାଞ୍ଛନା 

ଅଧା ମୋ ଉଦୟ ଅସ୍ତ ।

ତି–ତିରସ୍କାର ଯଦି ଦବୁ ଭଗବାନ 

କାନ୍ଦିତୋ ଧରିବି ପାଦ,

ପୁରସ୍କାର କିମ୍ପା ଅଳ୍ପ ରଖୁ ପ୍ରଭୁ ସେଥିପାଇଁ ପ୍ରତିବାଦ ।

ବା–ବାଟତୁ ଦେଖାଉ ଅବାଟରେ ନେଉ

ବାଟେ ମୁଁ ପଡଇ ଝୁଣ୍ଟି ,

ଜୀବନ ପଥରେ ଉଚ୍ଛ ଢ଼ିପ ଖାଲ 

ସବୁ ଦେଇଛୁ ସାଉଁଟି ।

ଦ–ଦର୍ଶନ ଚାହିଁଲେ କାହିଁ ଲୁଚିଯାଉ

ଅଧା ସୂର୍ଯ୍ୟ ଅଧା ଚାନ୍ଦ ,

ମୁଁ କାନ୍ଦିଲେ ତୋର ହସ ଫୁଟିଉଠେ 

ସେଥିପାଇଁ ପ୍ରତିବାଦ।

           

    ରବୀନ୍ଦ୍ର କୁମାର ବେହେରା
      ଶିଖରପୁର, କଟକ
       

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

Sunil Chandra Nayak

ଜୁନାଗଡ଼ ରେ ସ୍ମାର୍ଟ ଶିଶୁ ଉଦ୍ୟାନ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!