ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ୨୭ତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

ଧର୍ମଗଡ ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ୨୭ତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଶାର ସଂସ୍କୃତିକୁ ସେ ଦେଶବିଦେଶରେ ପ୍ରଚାରପ୍ରସାର କରାଇବାରେ ତାଙ୍କ ଭୂମିକା ଅତୁଳନୀୟ…..

ଧର୍ମଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ଅବସରରେ ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ, ମହାନ ସ୍ୱାଧୀନତା ସଂଗ୍ରାମୀ, ମହାନ ଜନନାୟକ, ଦେଶଭକ୍ତ, ଅଦ୍ୟମ ସାହସୀ ବିମାନ ଚାଳକ, ଶିଳ୍ପପତି, ବିଶିଷ୍ଟ ରାଜନୈତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଛି।

ବିଜୁ ଜନତା ଦଳର ବ୍ଲକ ସଭାପତି ଟିକମନ୍ ଯାଦବ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ରାଜ୍ଯ ସମାଜ ମଙ୍ଗଳ ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଗୋପି ମହାନନ୍ଦ, ପ୍ରଣବ ଭଏଁସାଲ, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ,ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଧୀରେନ୍ଦ୍ର ପାତ୍ର, ଭବାନୀ ପଣ୍ଡା, ଅଜିତ କୁମାର ସାହୁ, ମହିଳା ବ୍ଲକ ସଭାନେତ୍ରୀ ମିଥିଳା ପୁଞ୍ଜି, ଏନଏସି ସଭାପତି ମଦନ ନାଏକ, ବରିଷ୍ଠ ସଦସ୍ୟ ଗୌର ଚନ୍ଦ୍ର ଛତ୍ରିଆ, ଅଶୋକ କୁମାର ପଟ୍ଟଯୋଷୀ, ରାଜେନ୍ଦ୍ର କୁମାର ଭୋଇ, ଯୋଗେନ୍ଦ୍ର ସାହୁ, ଡାକେ ଲହଜଲ, ସରପଞ୍ଚ ମୁକୁନ୍ଦ ଶବର, ସରପଞ୍ଚ ପ୍ରତିନିଧି ସଞ୍ଜୀବ ସାହୁ, ବିଭତ୍ସ ନେଗୀ, ସ୍ୱାଧୀନ ବାଗ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବିଜୁ ବାବୁଙ୍କ ଓଡ଼ିଆ ଜାତି, ଓଡ଼ିଶା ରାଜ୍ୟ ପ୍ରତି ଥିବା ସ୍ନେହ ଓ ରାଜ୍ୟକୁ ସର୍ବାଙ୍ଗୀନ ବିକାଶ କରାଇବାର ସ୍ୱପ୍ନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ସଂସ୍କୃତିକୁ ସେ ଦେଶବିଦେଶରେ ପ୍ରଚାରପ୍ରସାର କରାଇବାରେ ତାଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆସନ୍ତା ୧୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ତୁଳସୀ ସତ୍ୟାଗ୍ରହ

masiha

ରାଇରଙ୍ଗପୁର ରେ ବିଜେପି କର୍ମିଙ୍କୁ ଉତ୍ତରାଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତ୍ରିଵେନ୍ଦ୍ର ସିଂଙ୍କ ନିର୍ବାଚନ ବିଜୟର ଗୁରୁମନ୍ତ୍ର

masiha

ରାହୁଲ ଯାଦବ ଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ମୁକୁଟ

Sunil Chandra Nayak

Leave a Comment

error: Content is protected !!