ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

କର୍ଲାମୁଣ୍ଡା: ଶ୍ରୀରାମ ନବମୀ ପାଇଁ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମ ଗୁଡ଼ିକ ଉତ୍ସବମୁଖର ହୋଇ ଉଠିଛି l ଶ୍ରୀରାମ ନବମୀ ଠାରୁ ୧୪ଦିନ ବ୍ୟାପି ଶ୍ରୀରାମଲୀଳା ନାଟକ ରାତ୍ରୀରେ ଅନୁଷ୍ଠିତ ହେଉଛି l ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡା ଗ୍ରାମରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଛି l ଏହି ପବିତ୍ର ଶ୍ରୀରାମ ନବମୀ ପୂଜାଟି ୧୯୭୫ ମସିହାରୁ ଆରମ୍ଭ ହୋଇ ଆସୁଛି l ପ୍ରତ୍ୟେକ ବର୍ଷ ଶ୍ରୀରାମ ନବମୀ ଦିନରେ ହଜାରୀପଡାର ଶ୍ରୀରାମ ମନ୍ଦିର ଠାରୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାପ୍ରଭୁଙ୍କୁ ବରଣ କରି ଗ୍ରାମର ସମସ୍ତ ଇଷ୍ଟଦେବା ଦେବିଙ୍କୁ ପୂଜା ଅର୍ଚ୍ଚନା କରି ନିଜ ସ୍ଥାନକୁ ଫେରିବା ବେଳେ ଗାଁର ପ୍ରବେଶ ଦ୍ୱାରରେ ବରଣ କରି ଆଣିଥିବା ଶ୍ରୀରାମ ମହାପ୍ରଭୁଙ୍କ ରାଜ୍ୟ ଅଭିଷେକ ପ୍ରତିଛବିରେ ଗ୍ରାମର ସମସ୍ତ ମହିଳାମାନେ ପୂଜା ଅର୍ଚ୍ଚନା କରି ବନ୍ଧାପନା କରିଥାନ୍ତି l ଏଥିରେ ପୂଜକ ଭାବେ ଶ୍ରୀ ବୁଲୁ ଦାଶ, କର୍ତ୍ତା ଦାୟିତ୍ୱରେ ଶ୍ରୀ କୈଳାଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ କୁମୁଦିନୀ ସାହୁ ଥିବା ବେଳେ କମିଟିର ସଭାପତି ଶ୍ୟାମରାଜ ସାହୁ, ସମ୍ପାଦକ ପୂର୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଡମ୍ବରୁଧର ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l ସେହିପରି ଏହି ବ୍ଲକ୍ ର ତେରେସିଂହା, ବିନ୍ଧାଣୀ, ରିଷିଡ଼ା, ବଡ଼ଡୁଙ୍ଗୁରିଗୁଡ଼ା, ସୁରୁଜୁଲି, ପୌରକେଲା, ଝାରମୁଣ୍ଡା ଗ୍ରାମରେ ଆନନ୍ଦ ଉଲ୍ଲାସର ସହ ଶ୍ରୀରାମଲୀଳା ନାଟକ ଅନୁଷ୍ଠିତ ହେଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

masiha

ଝରିଗାଁ ଠାରେ ବୃହତ କୃଷକ ସମ୍ମିଳନୀ ଏବଂ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

masiha

Leave a Comment

error: Content is protected !!