ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇଏଏସ ପରୀକ୍ଷାରେ ୮୦୦ ରେଙ୍କ ରଖି କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

ଆଇଏଏସ ପରୀକ୍ଷାରେ ୮୦୦ ରେଙ୍କ ରଖି କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

କଳାହାଣ୍ଡି,୧୬/୪ // ମଙ୍ଗଳବାର ଆଇଏଏସ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମର ଇଂ.ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ୮୦୦ ରେଙ୍କରେ କୃତକାର୍ଯ୍ୟ ହୋଇ ଜିଲ୍ଲା ଓ ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ପୂର୍ବରୁ ଟାଟା ଷ୍ଟିଲରେ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଗତବର୍ଷ ୨୩/୦୫/୨୦୨୩ ରେ ସର୍ଵ ଭାରତୀୟ ପ୍ରଶାସନିକ ପରୀକ୍ଷାରେ ୮୮୭ ରେଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ । ପୁଣିଥରେ ସେ ଆଇଏଏସ ପରୀକ୍ଷା ଦେଇ ସଫଳତା ପାଇଛନ୍ତି। ଏହି ଖବର ମିଳିବା ପରେ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ସମେତ ସିଦ୍ଧାର୍ଥ ବେଶ୍ରାଙ୍କ ପୈତୃକ ଗ୍ରାମ କାଉଡୋଳାରେ ଖୁସିର ଲହରୀ ଖେଳିଯାଇଛି। ସିଦ୍ଧାନ୍ତ ବେଶ୍ରା ବର୍ତ୍ତମାନ ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି। ଦ୍ଵିତୀୟ ଥର ପାଇଁ କୋକସରା ବ୍ଲକର ପୁଅ ଆଇଏଏସ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ବେଳେ ତାଙ୍କ ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛୁଙ୍କ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଉରକେଲା ବିକାଶ ମଞ୍ଚର ଚେତାବନୀ

Sunil Chandra Nayak

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ, ପୋଲିସର ତଦନ୍ତ ଜାରି

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଙ୍ଘର କାର୍ଯକାରିଣୀ ବୈଠକ

Leave a Comment

error: Content is protected !!