ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାରୱାଡି ସମାଜର ନୂତନ କମିଟି ଗଠିତ

ମାରୱାଡି ସମାଜର ନୂତନ କମିଟି ଗଠିତ

କୋକସରା,୧୬/୪  // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ମାରୱାଡ଼ି ସମାଜ ପକ୍ଷରୁ ଳଡୁଗାଁ ସ୍ଥିତ ମାମୋଦେବୀ ସୃତି ଭବନଠାରେ ସମାଜର ସମସ୍ତ ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାରୱାଡି ସମାଜର ନୂତନ କମିଟି ଗଠନ କରାଯାଇଛି। ସର୍ବ ସମ୍ମତି କ୍ରମେ ଗଠିତ ହୋଇଥିବା ନୂତନ କମିଟିର ସଭାପତି ଭାବେ ଶ୍ରୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଉପସଭାପତି ଭାବେ ଶ୍ରୀ ଅଶୋକ ଅଗ୍ରୱାଲ , ସାଧାରଣ ସମ୍ପାଦକ ଶ୍ରୀ ବିଜୟ ଅଗ୍ରୱାଲ, ସହ ସମ୍ପାଦକ ଶ୍ରୀ ଗୋପାଳ ଅଗ୍ରୱାଲ , କେସିୟର ମନୋଜ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଥିବା ବେଳେ କମିଟି ସଦସ୍ୟ ଭାବେ ରମେଶ ଅଗ୍ରୱାଲ, ପବନ ସିଂଘଲ, ପ୍ରହଲ୍ଲାଦ ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ, ମନୋଜ ଶର୍ମା, ସୁରେଶ ଶର୍ମା, ମନୋଜ ଅଗ୍ରୱାଲ (ମଂଜୁଭାଇ), ବାଳମୁକୁନ୍ଦ ଅଗ୍ରୱାଲ, ମନୋନୀତ ହୋଇଥିଲେ। ଏହି ଅବସରରେ ସଭାପତି ଦୁର୍ଗା ପ୍ରସାଦ ଅଗ୍ରୱାଲ ଆଗାମୀ ଦିନରେ ସମାଜର ସମସ୍ତ ସାଂଗଠନିକ କାର୍ଯ୍ୟରେ ସମାଜର ସମସ୍ତ ସଦସ୍ୟ ନିଜ ନିଜର ଦାୟିତ୍ଵ ନିର୍ବାହ କରି ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ନୂତନ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରି ସମାଜ ପ୍ରତି ସବୁବେଳେ ଅଙ୍ଗୀକାର ବଦ୍ଧ ଭାବରେ କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

masiha

ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲା ପଡିଆ ସମ୍ପର୍କିତ ଖେଳ ସମ୍ପନ୍ନ

masiha

Leave a Comment

error: Content is protected !!