ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ପୋଲିସ ପକ୍ଷରୁ ଲଡୁଗାଁ ଠାରେ ଫ୍ଳାଗ୍ ମାର୍ଚ୍ଚ

କୋକସରା ପୋଲିସ ପକ୍ଷରୁ ଲଡୁଗାଁ ଠାରେ ଫ୍ଳାଗ୍ ମାର୍ଚ୍ଚ

କୋକସରା,୧୬/୪ // ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୋମବାର କୋକସରା ପୋଲିସ ପକ୍ଷରୁ ଲଡୁଗାଁ ସହରରେ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି। ଥାନା ଅଧିକାରଣୀ ରନିତା ପ୍ରଧାନଙ୍କ ନେତୃତ୍ଵରେ ସିଆରପିଏଫ ଯବାନ ଓ କୋକସରା ପୋଲିସ କର୍ମଚାରୀ ମାନେ ଲଡୁଗାଁ ଅଞ୍ଚଳରେରେ ଫ୍ଳାଗ୍ ମାର୍ଚ୍ଚ ପ୍ରଦର୍ଶିତ କରି ଜନ ସାଧାରଣଙ୍କୁ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ନହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ଏହି ଫ୍ଲାଗ ମାର୍ଚ୍ଚରେ କୋକସରା ଥାନା ଏସ.ଆଇ ହେମନ୍ତ ପାତ୍ର, ଅନୀଲ ପାଢ଼ୀ, ଏଏସଆଇ ମମତା ଶବର, ଉଷା ହରିଜନ, ଦାମୋଦର ନାଏକ, ସନ୍ତୋଷ ନାୟକ ଓ କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀ ସାମିଲ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡିରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୧୯୨ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ କୁ ଯାତ୍ରା

Sunil Chandra Nayak

ଉମରକୋଟ ପ୍ରେସ କ୍ଲବର ନୂତନ ଭବନ ପାଇଁ ଶିଳାନ୍ୟାସ ଶିଳାନ୍ୟାସ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Sunil Chandra Nayak

ସରଗଡା ବନାଞ୍ଚଳରେ ୭୪ ତମ ବନମହୋତ୍ସବ 

Leave a Comment

error: Content is protected !!