ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁପଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳିତ

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁପଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳିତ

 ମୟୂରଭଞ୍ଜ – ୧୭/୦୪ ( ମସିହା)ଆଜି ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ମହାନ ସ୍ଵାଧୀନତା ସଂଗ୍ରାମୀ,ରାଷ୍ଟ୍ରନିତିଜ୍ଞ, ମହାନ ଜନନାୟକ,ନବ ଓଡିଶା ନିର୍ମାତା, ଓଡ଼ିଆ ସ୍ବାଭୀମାନର ପ୍ରତିକ,ଝଡର ଇଗଲ,ଇଣ୍ଡୋନେସିଆର ଭୂମିପୁତ୍ର,ଋଷର ବେସାମରିକ ପୁରସ୍କାରପ୍ରାପ୍ତ ‘ ଅର୍ଡର ଅଫ୍ ଲେନିନ’,ମହିଳା ସଶକ୍ତିକରଣ ର ପଥ ପ୍ରଦର୍ଶକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ୨୭ ତମ ତିରୋଧାନ ଦିଵସ ।ଏହି ଅବସରରେ ରାଇରଙ୍ଗପୁରରେ ବିଜେଡି ତରଫରୁ ମୟୂରଭଞ୍ଜ -୨ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ଙ୍କ ନେତୃତ୍ବରେ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ,କର୍ମୀ,ଯୁବ, ଛାତ୍ର ମହିଳା ସମସ୍ତେ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ରୁ ବିଜୁପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇଥିଲେ ।ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ସଭାପତି,ଯୁବ ସଭାପତି,ମହିଳା ସଭାନେତ୍ରୀ ,ନଗର ସଭାପତି , ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ପ୍ରମୁଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜୁପଟ୍ଟନାୟକ ଅମର ରହେ,ବିଜେଡି ଲଙ୍ଗ ଲିଭ୍,ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ।ପରେ ପିସିଏମ କଲ୍ୟାଣ ମଣ୍ଡପରେ ବିଜୁପଟନାୟକଙ୍କ ୨୭ ତମ ତିରୋଧାନ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ଏବଂ ଅନ୍ୟମାନେ ବିଜୁପଟନାୟକଙ୍କ ଅମ୍ଳାନ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଯୋଗୁଁ ଓଡିଶା ଆଜି ସବୁଠି ଚର୍ଚ୍ଚିତ । ତେଣୁ ଆସନ୍ତା ନିର୍ବାଚନରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଓ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଙ୍କୁ ଜିତାଇବା ପାଇଁ ସମସ୍ତେ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବା ସହ ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ବୋଲି ନେତୃବୃନ୍ଦ କହିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ,ଜିଲ୍ଲା ସଭାନେତ୍ରୀ ତନୁଜା ମହାନ୍ତ, ନଗର ସଭାପତି ବୁଲୁ ପଟନାୟକ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ରାହୁଲ ଯାଦଵ,ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ସରକାରୀ ଏପିପି ପଙ୍କଜ ଦାସ, ଜିଲ୍ଲା ଉପସଭାପତି ସ୍ବରୂପ ବେହେରା , ବରିଷ୍ଠ ଶ୍ରମିକ ନେତା ନୀନା ଦାସ,ପ୍ରାକ୍ତନ ଵିଜୁଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ,ଵହଳଦା ବ୍ଳକ ସଭାପତି ହରେକୃଷ୍ଣ ମଣ୍ଡଳ, ପଙ୍କଜ ରାଉତ,ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଯାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ, ଦିବ୍ଯକାନ୍ତ ଖୁଣ୍ଟିଆ, ପାର୍ଥସାରଥୀ ଷଡ଼ଙ୍ଗୀ,ଶାଶ୍ବତ ଵଳଜିଲ୍ଲା ପରିଷଦ ସଦସ୍ୟା ଲିପିକା ମଣ୍ଡଳ,ତିରିଂବ୍ଳକ ପୂର୍ବତନ ବ୍ଳକ ଅଧ୍ୟକ୍ଷା ଜେମାମଣି ଷୁଣ୍ଡି, ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର,ଜିଲ୍ଲା ପରିଷଦ ସଦସ୍ଯା ସୂର୍ଯ୍ୟମଣି ହାଁସଦା, ରାଇରଙ୍ଗପୁର ବିଜେଡି କାଉନସିଲର, ଜନପ୍ରତିନିଧି,ମହିଳା,ଯୁବ,ଛାତ୍ର ନେତୃବୃନ୍ଦ ଯୋଗ ଦେଇଥିଲେ ।ପରେ ଦଳର ନେତୃବୃନ୍ଦ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଅନ୍ତେବାସୀଙ୍କୁ ଫଳ,ବିସ୍କୁଟ ବଣ୍ଟନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

masiha

ଜିଲ୍ଲା ବିଜେଡି ର ଜୋନାଲ ସଂଯୋଜକ ତାଲିକା ଘୋଷଣା

ତେଜିଲା ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ବିଦ୍ରୋହ, ମହିଳା କଂଗ୍ରେସ ନିଆଁ ଲଗେଇଲେ ଫୋଟୋ ଚିତ୍ରରେ 

Sunil Chandra Nayak

Leave a Comment

error: Content is protected !!