ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ

କୋକସରା,୧୬/୪ // ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ରାଜସ୍ୱ ଗ୍ରାମ ମାନ୍ୟତା ପାଇ ସାରିଥିବା ବେଳେ ଦୀର୍ଘବର୍ଷ ହେବ ଗ୍ରାମବାସୀ ମାନେ ଗ୍ରାମରେ ମତଦାନ କେନ୍ଦ୍ର ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି।ହେଲେ ଦୀର୍ଘ ଦଶନ୍ଧି ଧରି ଗ୍ରାମରୁ ୮ କିମି ଦୁରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବୁଥ କେନ୍ଦ୍ରକୁ ମତଦାନ ପାଇଁ ସିର୍ଲିଗୁଡା ଭୋଟର ଯାଉଥିଲେ। ସିର୍ଲିଗୁଡା ରାଜସ୍ୱ ଗ୍ରାମର ସିର୍ଲିଗୁଡା ଓ ଅଁଳାଗୁଡାରେ ୭୮୪ ଭୋଟର ରହିଛନ୍ତି। କିନ୍ତୁ ମତଦାନ କେନ୍ଦ୍ର ୮ କିମି ଦୂରରେ ରହିଥିବା କାରଣରୁ ସିର୍ଲିଗୁଡା ଗ୍ରାମରେ ଥିବା ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଭୋଟର ମାନେ ମତଦାନରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ତେବେ ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ଥାଇ ମଧ୍ୟ ନଥିବା ଦର୍ଶାଇ ନିକଟସ୍ଥ ଅଁଳାଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଛନ୍ତି।ଯାହାକୁ ଗ୍ରାମବାସୀ ବିରୋଧ କରି ସୋମବାର ସନ୍ଧ୍ୟାରେ ଗ୍ରାମରେ ଏକ ସଭା କରି ପ୍ରଶାସନ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା ପ୍ରତିବାଦ କରି ଭୋଟ ବର୍ଜ୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ପଞ୍ଚାୟତର ନାଏବ ସରପଞ୍ଚ ନନ୍ଦିନୀ ନାଗ, ଚନ୍ଦ୍ରଶେଖର ସୁନାନୀ, ଧନେଶ୍ୱର ମହାନନ୍ଦ, ବସନ୍ତ ନାଗ, ପୁରୁଷୋତ୍ତମ ସୁନାନୀ, ଭୂଷଣ ମହାନନ୍ଦଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ମହିଳା, ପୁରୁଷ ମାନେ ଉପସ୍ଥିତ ରହି ପ୍ରଶାସନର ଅବହେଳା ପ୍ରତିବାଦ କରି ପୁନର୍ବାର ବିଚାରକୁ ନେଇ ସିର୍ଲିଗୁଡା ଗ୍ରାମରେ ମତଦାନ କେନ୍ଦ୍ର ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ, ଭୁବନେଶ୍ୱର ଓଡିଶାଙ୍କୁ ଦାବିପତ୍ର ପ୍ରେରଣ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ଗ୍ରାମବାସୀ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

masiha

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

masiha

ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦ୍ଘାଟିତ, ରାୟଗଡ ଜିଲ୍ଲାର ବିକାଶ ଓ ବିକଶିତ ଜିଲ୍ଲା ଗଠନ ପାଇଁ ଅତିଥି ଗଣଙ୍କ ଆହ୍ବାନ

masiha

Leave a Comment

error: Content is protected !!