ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଲୋପଲା ସରପଂଚ ଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଘଟଣା :କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ନିର୍ବାଚନ କମିଶନ ଙ୍କ ରିପୋର୍ଟ ତଲବ

କାଲୋପଲା ସରପଂଚ ଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଘଟଣା :କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ନିର୍ବାଚନ କମିଶନ ଙ୍କ ରିପୋର୍ଟ ତଲବ

କଳାହାଣ୍ଡି ତା ୧୮/୦୪/୨୦୨୪// କଳାହାଣ୍ଡି ଜିଲ୍ଲାପାଳ ଙ୍କ ଦ୍ୱାରା ଜୁନାଗଡ଼ ବ୍ଳକ ଅନ୍ତର୍ଗତ କାଲୋପଲା ଗ୍ରାମ ପଂଚାୟତ ର ସରପଂଚ ଙ୍କୁ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଅଯୋଗ୍ୟ ଘୋଷିତ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ଅଭିଯୋଗକାରି ଙ୍କ ତରଫରୁ ଜିଲ୍ଲାପାଳ ଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ନ ମିଳିବାରୁ ନିର୍ବାଚନ କମିଶନ ଙ୍କ ଅଦାଲତ ରେ ଅଭିଯୋଗ ଦାଖଲ କରିବା ପରେ ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ରିପୋର୍ଟ ତଲବ କରିଥିବା ଜଣା ପଡ଼ିଛି।

ଘଟଣାରୁ ପ୍ରକାଶ ଯେ  ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନ ରେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲୋପଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜନ୍ମେଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ରେ ନିଜ ଶିକ୍ଷା ଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ କରିଥିବା ବେଳେ ମହିଚଳା ବାଲାଜୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସୂତ୍ର ରୁ ମିଳିଥିବା ତଥ୍ଯ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା। ସେହିପର ଜନ୍ମେଜୟ ଙ୍କ ର ଦୁଇ ଗୋଟି ଟ୍ରାକ୍ଟର ଥିବା ବେଳେ ତାହା ସତ୍ୟପାଠ ରେ ସମ୍ପତ୍ତି ତାଲିକା ରେ ଉଲ୍ଲେଖ କରି ନ ଥିଲେ ବୋଳି ପ୍ରମାଣୀତ ହୋଇଥିଲା। ଏ ସମ୍ପର୍କରେ ପୁର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସ ରୁ ତଥ୍ୟ ସଂଗ୍ରହ କରି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ପ୍ରାଥମିକ ପ୍ରମାଣ ପାଇବା ପରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଦାଲତ ରେ ଅଭିଯୋଗ ଦାଖଲ କରିଥିଲେ। ମାନ୍ୟବର ଜିଲ୍ଲାପାଳ ଜି ପି ଇଲେକ୍ସନ୍ କେଶ ନଂ ୭/୨୨ ଅନୁସାରେ ଉଭୟ ପକ୍ଷ ଙ୍କ ଶୁଣାଣି କରିବା ସହିତ ସମସ୍ତ ସରକାରୀ ଅଫିସ ରୁ କାଗଜାତ ତଦନ୍ତ କରିବା ପରେ ଗତ ୨୭ ଅକ୍ଟୋବର ଦିନ କଲୋପଲା ଗ୍ରାମପଞ୍ଚାୟତ ର ସରପଂଚ ଜନ୍ମେଜୟ ସାହୁଙ୍କୁ ଅଯୋଗ୍ୟ ଘୋଷିତ କରିବା ସହିତ ସେ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସରକାର ସ୍ୱାୟତ୍ତ ଶାସନ ରେ କ୍ଷମତା ର ବିକେନ୍ଦ୍ରିକରଣ କରିବା ପାଇଁ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରିଥିବା ବେଳେ ଏଭଳି ଆସାଧୁ ଲୋକଙ୍କ ପାଇଁ ଯୋଗ୍ୟ ବ୍ୟକ୍ତି ମାନେ ସୁଯୋଗ ପାଇ ପାରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଜୁନାଗଡ଼ ସମେତ ବିଭିନ୍ନ ବ୍ଲକ ରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଂଚ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ବେଳେ ଅଫିସର ମାନେ ରାଜନୈତିକ ପ୍ରଭାବ ରେ ପଡ଼ି ଏଭଳି ଭାବେ ଅଣଦେଖା କରୁଥିବା ହେତୁ ସଠିକ ବ୍ୟକ୍ତି ରାଜନୀତି ରୁ ଦୂରେଇ ରହୁଥିବା ସାଧାରଣରେ ଆଲୋଚନା ହେଉଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୨୫(୧) ଅନୁସାରେ ପ୍ରଶାସନ ଏହି ମିଥ୍ୟା ସତ୍ୟପାଠ ଘଟଣାରେ ଜିଲ୍ଲାପାଳ ଦୃଢ ପଦକ୍ଷେପ ଗ୍ରହଣ କରି ଅଯୋଗ୍ୟ ଘୋଷିତ କରିଥିବା ବେଳେ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। E ସମ୍ପର୍କରେ ଅଭିଯୋଗକାରୀ ଙ୍କ ପକ୍ଷ ରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଦାଲତ ରେ ଅଭିଯୋଗ କରିଥିବା ଜଣା ପଡ଼ିଛି। ନିର୍ବାଚନ କମିଶନ ପତ୍ର ସଂଖ୍ୟା ୧୧୪୦/ତା ୦୮/୦୪/୨୦୨୪ ଯୋଗେ ରିପୋର୍ଟ ତଲବ କରିଥିବା ଜଣା ପଡ଼ିଛି। ଏ ସମ୍ପର୍କରେ ଜୁନାଗଡ ବିଡ଼ିଓ ଙ୍କ ମତାମତ ମିଳି ପାରିନାହିଁ।

Related posts

ପ୍ରୋତ୍ସାହନ ଅଭାବରୁ ବନ୍ଦ ପଡ଼ିଛି କମାରଶାଳ

କୋଇଡା ପ୍ରେସ କ୍ଲବର ଦିତୀୟ ବାର୍ଷିକୋତ୍ସବ ଅବସରରେ ବିଶାଳ ମାରାଥନ୍ ” ରନ୍ ଫର୍ କୋଇଡା” 

masiha

Koraput Shines at State-Level Sampoornata Abhiyaan Samman Samaroha

Sunil Chandra Nayak

Leave a Comment

error: Content is protected !!