ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜୀବ କୁମାର ୟଙ୍ଗକମଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜୀବ କୁମାର ୟଙ୍ଗକମଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ରାୟଗଡ:-ତା.୧୮/୦୪- ଚଳିତ ସାଧାରଣ ଓ଼ ବିଧାନସଭା ନିର୍ବାଚନ,୨୦୨୪ ପରିପ୍ରେକ୍ଷିରେ ରାୟଗଡା ଜିଲ୍ଲା ପାଇଁ ନିଯୁକ୍ତ ନିର୍ବଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜୀବ କୁମାର ଯୁଙ୍ଗକମଙ୍କ ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜାଙ୍କ ଉପସ୍ଥିତିରେ ରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ଆଲୋଚନା କରିଥିଲେ l ଚଳିତ ନିର୍ବାଚନକୁ ସ୍ୱଚ୍ଛ ଓ଼ ମୁକ୍ତ ଓ଼ ଅବାଧ ଭାବରେ ଆୟୋଜନ କରିବା ନିମନ୍ତେ ପ୍ରଶାସନ ତରଫରୁ କଡାକଡି ଯାଞ୍ଚ କରିବାକୁ ବିଭିନ୍ନ ସ୍କୁଆଡ଼ ଗଠନ କରାଯାଇଛି l ବିଶେଷ କରି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଅର୍ଥ ବଳ ପ୍ରୟୋଗ କରି ପ୍ରଭାବିତ କରିବାର ସମ୍ଭବନାକୁ ଯାଞ୍ଚ କରିବା ନିମନ୍ତେ ଷ୍ଟାଷ୍ଟିକ ସlର୍ଭେଲାନ୍ସ,ପ୍ଲାଇଙ୍ଗ ସ୍କୁଆଡ଼, ବିଡ଼ିଓ ଭିୟୁଙ୍ଗ ଟିମ ଆଦି ଗଠନ କରାଯାଇଛି l ଏହି ଟିମର କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେକ୍ଷ ସମୀକ୍ଷା କରିଥିଲେ ଓ଼ ସମସ୍ତ ଟିମ ସହଯୋଗୀତା ଓ଼ ଉତ୍ତମ ବୁଝାମଣା ରେ କାମ କରିବାକୁ ଅନୁରୋଧ କରିଥିଲେ l

ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ଭାସ୍କର ରଇତ,ମୁଖ୍ୟ ବିକାଶ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟଞ୍ଜୟ ବରାଳ ଓ଼ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l ନିର୍ବାଚନ ଖର୍ଚ୍ଚ ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ତଥା ମୁଖ୍ୟ ବିକାଶ ଓ଼ କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶ୍ରୀ କହଁର ବିସ୍ତୃତ ଭାବରେ ପାୱାର ପଇଣ୍ଟ ମାଧମରେ ଜିଲ୍ଲାର ତଥ୍ୟ ଉପ୍ଥାପନା କରିଥିଲେ l ବୈଠକରେ ସିଟି ଜିଏସଟି,ବିଡ଼ିଓ, ତହସିଲଦାର ଓ଼ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଳସେଚନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷି

masiha

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

masiha

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!