ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ  

ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ  

ଲାଞ୍ଜିଗଡ,୨୨/୦୪(ମନିସ)-୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବା ମଧ୍ୟ ଆରମ୍ଭ କରିସାରିଛନ୍ତି। ଆଜି ନାମାଙ୍କନର ଚତୁର୍ଥ ଦିନରେ ବିଜେଡି ପକ୍ଷରୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଧାୟକ ପ୍ରାର୍ଥୀ ଶ୍ରୀ ଦିଶାରୀ ଆଜି ସକାଳୁ ଭବାନୀପାଟଣାସ୍ଥିତ ମାଣିକେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜର ହଜାର ହଜାର ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ତିନି ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ଦିଶାରୀ ନାମାଙ୍କନ ପତ୍ର ଦାଖଲକୁ ନେଇ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା, ଭବାନୀପାଟଣା ସଦର ବ୍ଲକ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ। ଶ୍ରୀ ଦିଶାରୀ ଆଜି ଦ୍ବିତୀୟ ଥର ବିଧାୟକ ହେବା ପାଇଁ ନାମାଙ୍କନ ଦାଖଲ କରିଥିବାବେଳେ ତାଙ୍କ ସହିତ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ବିଜେଡି ଜିଲ୍ଲା ସଂପାଦକ ପାତ୍ର ମାଝୀ, ଜଗଦୀଶ ବେନିଆ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆଜି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ମଧ୍ୟ ଦଳବଳ ସହିତ ଯାଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଜେଡି ର ୩ ଟି ସ୍ଥାନରେ କର୍ମୀ ସମ୍ମିଳନୀ 

masiha

ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ କୁ ନେଇ ବିଜେପିର ହଡତାଳ

ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସ ର ପ୍ରାର୍ଥୀ ସାକା ସୁଜିତ ଙ୍କ ନାମାଙ୍କନ ପତ୍ର ଦାଖଲ 

masiha

Leave a Comment

error: Content is protected !!