ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ, ସ୍ଵାମୀ ଗିରଫ

ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ, ସ୍ଵାମୀ ଗିରଫ 

ଜୁନାଗଡ଼,୨୨/୪(ମ ନି ସ)ଜୁନାଗଡ଼ ଥାନା ଅନ୍ତର୍ଗତ ପିଲିକିଆ ଗ୍ରାମ ର ଜୈନକ ନବବିବାହିତା ଙ୍କ ହତ୍ୟା କାଣ୍ଡ ହୋଇଥିବା ବେଳେ ଏହି ଘଟଣାରେ ସ୍ଵାମୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଘଟଣାରୁ ପ୍ରକାଶ ଯେ ପିଲିକିଆ ଗ୍ରାମ ର ସତ୍ୟ ଭାମା ସରାଫ(୨୧) ଗତ ୪ ମାସ ତଳେ ଲବଣି ସରାଫ କୁ ବୈଦିକ ରୀତି ରେ ବିବାହ କରିଥିଲେ l ହେଲେ ରବି ବାର ଦିନ ସତ୍ୟଭାମା ସକlଲେ ଘରେ ମୃତ ଅବସ୍ତା ରେ ପଡି ଥିବା ପରିବାର ଲୋକେ ଦେଖିଥିଲେ l ପରିବାର ଲୋକେ ଜୁନାଗଡ ଥାନା କୁ ଖବର ଦେବା ପରେ ଘଟଣା ସ୍ଥଳକୁ ପୁଲିସ ପହଂଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ କରିଥିଲେ l ଏହା କୁ ନେଇ ଝିଅରବାପା ଘର ବଲାଙ୍ଗିର ଜିଲ୍ଲା ମୁରି ବାହାଲ ଥାନା ଅନ୍ତର୍ଗତ ଭୋଇ ପଡା ର ପରିକ୍ଷିତ ସରାଫ ନିଜ ଝିଅ ମୃତ ଘଟଣାକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଜୁନାଗଡ ଥାନା ଲିଖିତ ଅଭିଯୋଗ କରିଥିଲେ l ଏହା କୁ ଭିତି କରି ଜୁନାଗଡ ଥାନା ରେ ଏକ ଯୌତୁକଜନିତ ହତ୍ୟା କାଣ୍ଡ ମାମାଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ଵାମୀ ଲବଣି କୁ ଗିରଫ କରିଥିଲା l ଜୁନାଗଡ ଡାକ୍ତର ଖାନା ରେ ଶବ ବ୍ଯବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଅଭିଯୁକ୍ତ ସ୍ଵାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି l ତଦନ୍ତ ଅଧିକାରୀ ଭାବେ ଜୁନାଗଡ ଥାନା ର ସବିନ୍ସପେକ୍ଟର ସୋନୁ ଖାଲକୋ ତଦନ୍ତ ଦାୟିତ୍ଵ ରେ ରହିଥିବା ଜଣାଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଅପରେସନ ପ୍ରହାର ର ସଫଳତା : ୫ ଟି ଦେଶୀବନ୍ଧୁକ ଓ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ ,ଦୁଇ ଗିରଫ 

Sunil Chandra Nayak

ଯୁବକର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଦାବୀ କଲେ ସମାଜସେବୀ

କେସିଙ୍ଗା ସ୍ଥିତ ବେଦାନ୍ତର ପମ୍ପ ହାଉସ ରୁ ତମ୍ବାତାର ଚୋରି ଘଟଣା ,୫ଜଣ ଗିରଫ,  ଏସ.ପି.ଙ୍କ ପ୍ରେସ ମିଟରେ ସୂଚନା

Leave a Comment

error: Content is protected !!