ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥି 

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥି 

ଦେଶରେ 18ତମ ସାଧାରଣ ନିର୍ବାଚନ 7ଟି ପର୍ଯ୍ଯାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅପ୍ରିଲ 19 ତାରିଖ ବିଭିନ୍ନ ରାଜ୍ଯରେ ପ୍ରଥମ ପର୍ଯ୍ଯାୟ ନିର୍ବାଚନ ଇତି ମଧ୍ଯରେ ସମାପ୍ତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଓଡିଶାରେ 4ଟି ପର୍ଯ୍ଯାୟରେ ହେବାକୁଥିବା ମତଦାନ ପାଇଁ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ଯଚାଲୁରହିଛି, ପ୍ରଥମ ପର୍ଯ୍ଯାୟ ମତଦାନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ ପାଇଁ 18 ତାରିଖ ଦିନ ନୋଟିଫିକେସନ ହୋଇଥିଲା ଏବଂ 19 ତାରିଖରୁ ପ୍ରାର୍ଥିପତ୍ର ନେବା ଓ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | 23 ତାରିଖ ଦିନ ବିଷମକଟକ ନିର୍ବାଚନ ମଣ୍ଡଳୀ ନିମନ୍ତେ ବହୁଜନ ସମାଜ ପାର୍ଟିର ବିଧାୟକ ପ୍ରାର୍ଥି ଭାବେ ଜିତୁ ଜାକାସିକା ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳ ରାୟଗଡଙ୍କ କାର୍ଯ୍ଯାଳୟରେ ପହଂଚି ଅତିରିକ୍ତ ଜିଲ୍ଲାପାଳ ସାଧାରଣଙ୍କୁ ତାଙ୍କ ପ୍ରାର୍ଥିପତ୍ର ପ୍ରଦାନ କରିଥିଲେ | ଆଜି ପ୍ରାର୍ଥିପତ୍ର ଦାଖଲ ପାଇଁ ଜଗନ୍ନାଥ ସାରକା ହଜାର ହଜାର ସମର୍ଥକଙ୍କ ଗହଣରେ ପିଡବ୍ଲୁଡି ଛକରୁ ଏକ ପଦଯାତ୍ରାରେ ବହାରି ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଂଚିଥିଲେ ଏବଂ ସେଠାରେ ତାଙ୍କର 4ସେଠ୍ ନାମାଙ୍କ ପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ଦାଖଲ କରିଥିଲେ।ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ ଜାତୀୟ କଂଗ୍ରେସର ପ୍ରାର୍ଥୀ ନିଳମାଧବ ହିକକା ତାଙ୍କ ସମର୍ଥକଙ୍କ ସହ ଆଇସିଡିଏଶ୍ କାର୍ଯ୍ଯାଳୟ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଂଚି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ | ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଗଣମାଧ୍ଯମଙ୍କ ପ୍ରଶ୍ନରେ ଉତ୍ତର ରଖି କହିଥିଲେ ଯେ, କଂଗ୍ରେସ ଦଳରେ କୌଣସି ବିବାଦ ନାହିଁ ପ୍ରକୃତ କଂଗ୍ରେସଯିଏ, ସିଏ କୁଆଡେ ଯିବେ ନାହିଁ ଏହା ମୋ ବିଶ୍ବାସ ଓ ଭରଷା କଂଗ୍ରେସର ଲୋକମାନେ କୁଆଡେ ଯିବେ ନାହିଁ ବୋଲି କହିବା ସହ ବିଜେଡି – ବିଜେପିର ଟଣା ଉଟ୍ଟରାରେ କଂଗ୍ରେସ ବହୁ ମାତ୍ରା ଭୋଟରେ ବିଜୟଲାଭ କରିବ ବୋଲି କହିଥିଲେ | ଅତିରିକ୍ତ ଜିଲ୍ଲାପାଳ ରାୟଗଡଙ୍କ ନିକଟରେ ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ 3ଟି ଦଳପକ୍ଷରୁ ନାମାଙ୍କନ ଦାଖଲ କରାଯାଇଛି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ରୁ ପ୍ରତାପ, ମହାକାଳପଡ଼ାରୁ ଅତନୁ ରାଜନଗରରୁ ଧ୍ରୁବ ଓ ପାଟକୁରାରୁ ଅରବିନ୍ଦ ବିଜେଡି ର ବିଧାୟକ ପ୍ରାର୍ଥୀ ଘୋଷଣା

masiha

ଭାରତୀୟ ଜନତା ପାର୍ଟିର ମଣ୍ଡଳ ପ୍ରବାସ ବୈଠକ ଅନୁଷ୍ଠିତ

Sunil Chandra Nayak

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

masiha

Leave a Comment

error: Content is protected !!