ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

 ମୟୂରଭଞ୍ଜ – ୨୩/୦୪ ( ମସିହା)ଓଡିଶା ବ୍ରାହ୍ମଣ ମହାସଙ୍ଘ, ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ରାଇରଙ୍ଗପୁର ସହର ସ୍ଥିତ ଗଢ଼ ଠାରେ ଖଡ଼ଖାଇ ନଦୀକୂଳ ଠାରେ ବେଦ ଉପାସନା, ବୈଦିକ କର୍ମକାଣ୍ଡ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଏକ ବୈଦିକ ବିଦ୍ୟାଳୟର ଶୁଭ ଉଦଘାଟନ ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘର ସଭାପତି ଡ଼ଃ ସଦାନନ୍ଦ ଦୀକ୍ଷିତ ଓ ସନ୍ୟାସୀ ଶ୍ରୀ କାର୍ତିକ ପୁରୀଙ୍କ କର କମଳରେ ହୋଇଯାଇଅଛି l

ବାମନଘାଟି ବ୍ରାହ୍ମଣ ମହାସଙ୍ଘର ସଭାପତି ଅଧ୍ୟାପକ ଗଣେଶ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ୱାରା ବେଦ ମନ୍ତ୍ର ଉଚ୍ଚାରଣ ପୂର୍ବକ ବୈଦିକ ରୀତିରେ ଶ୍ରୀ ଗଣେଶ,ଗାୟତ୍ରୀ ମାତା, ମହାପ୍ରଭୁ ଜଗନ୍ନାଥଙ୍କ ଆରାଧନା କରାଯାଇଥିଲା l ନୂତନ ବିଦ୍ୟାର୍ଥୀ ମାନଙ୍କୁ ରୁଦ୍ରାକ୍ଷ ମାଳ, ବସ୍ତ୍ର, କୋମଣ୍ଡଳ, ତମ୍ବା ପାତ୍ର ଆଦି ଦେଇ ଦୀକ୍ଷା ପ୍ରଦାନ କରାଯାଇଥିଲା l ଉକ୍ତ ଦୈବୀକ କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡ କାଉନ ସିଲର ଦେବସ୍ମିତା ଡଗରା ଉପସ୍ଥିତ ରହି ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିବା ସହ ସମସ୍ତ ପ୍ରକାର ସହଯୋଗର ପ୍ରତିଶୃତି ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସଙ୍ଘର ଉପସଭାପତି ତରୁଣ ନନ୍ଦ, ସମ୍ପାଦକ ସୁଶାନ୍ତ ଶର୍ମା, ଉପଦେଷ୍ଟା ପଣ୍ଡିତ ସମୀର କୁମାର ଦାଶ, ଈଶ୍ୱର ପ୍ରହରାଜ, ଧୁଳିଆ ନନା, ଜୟ କୃଷ୍ଣ ଦାଶ, ହେମନ୍ତ ଶତପଥି, କ୍ରିଷ୍ଣା ଶର୍ମା, ଗଣେଶ ଦୀକ୍ଷିତ, ଟୁନା ପାଣି,ପୁପୁନ ବାରିକ, ଅବିନାଶ ବଳ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟତମ ଅତିଥି ଭାବେ ବିପ୍ର ଫାଉଣ୍ଡେସନର ରାଜ୍ୟ କାର୍ଯକାରୀ ସଭାପତି ମହେଶ ଶର୍ମା, ଜିଲ୍ଲା ଉପସଭାପତି ବିଷ୍ଣୁ ଶର୍ମା, ପ୍ରଧ୍ୟାପକ କବି ବିଷ୍ଣୁ ଶତପଥୀ ପ୍ରମୁଖ ଯୋଗଦେଇ ଏଭଳି ମହତ କାର୍ଯ୍ୟର ପ୍ରଶଂସା କରିବା ସହ ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସୂଚନା ଦେଇଥିଲେ l ଶେଷରେ ସଭାପତି ଗଣେଶ ମିଶ୍ର ରାଜ୍ୟ ସଭାପତି ଶ୍ରୀ ଦୀକ୍ଷିତ ଓ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେl

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଷାକ୍ତ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

Sunil Chandra Nayak

ଥୁଟିବର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚୋରି ଭୟ ସାଙ୍ଗକୁ ‘କଟନୀ-ଛଟନୀ’ ମାଡ଼ରେ ଚାଷୀ ବେହାଲ , ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ, ରାଜରାସ୍ତା ଅବରୋଧ ଚେତାବନୀ

Leave a Comment

error: Content is protected !!