ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାଵି

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାଵି.

ରାଉଲକେଲା : ସାଧାରଣ ନିର୍ବାଚନର ଘୋଷଣା ପରେ ରାଉରକେଲା ରଘୁନାଥପଲ୍ଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର- ୬ ଏକତା କ୍ଳବ୍ ବସ୍ତି ରେ ଡିଏଫଓ ଦ୍ଵାରା ମାନବିକ ବସ୍ତି ଉଚ୍ଛେଦ କରା ଯାଉଥିଲା। ଏହି ଉଚ୍ଛେଦ କୁ ବିରୋଧ କରି ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଙ୍କ ନେତୃତ୍ଵରେ ବିଜେପିର ଏକ ପ୍ରତନିଧି ମଣ୍ଡଳୀ ଡିଏଫଓ ଯଶୋବନ୍ତ ସେଠୀ ଙ୍କୁ ଭେଟି ତାଙ୍କୁ ଆପତ୍ତି ଓ ଅଭିଯୋଗ କରିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ , ନିର୍ବାଚନ ପ୍ରକିୟାରେ ରାଜନୈତିକ ଦଳ ମାନେ ବ୍ୟସ୍ତ ଥିବା ବେଳେ ଏହି ଅମାନବିକ କାର୍ଯ୍ୟକଳାପ କୁ ତତ୍କାଳ ବନ୍ଦ କରିବା ପାଇଁ ଦାଵି କରିଛନ୍ତି । ଏହି ବସ୍ତି ଗୁଡିକରେ ଅଧିକାଂଶ ଜନଜାତି ଏବଂ ଦଳିତ ସମାଜ ବସବାସ କରୁଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି କି ଯେ ଏହି ଜନଜାତି ଓ ଦଳିତମାନେ ବିଜେପି କୁ ସମର୍ଥନ କରୁଥିବାରୁ ଶାସକ ଦଳର ଇଙ୍ଗିତରେ ବସ୍ତି ଉଚ୍ଛେଦ କରାଯାଉଛି । ତେଣୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ନକଲେ ଭାରତୀୟ ଜନତା ପାର୍ଟି ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବ ଏବଂ ଏହି ଅମାନବିକ ପଦକ୍ଷେପ ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ, ଏଥି ପାଇଁ କତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲା ସଭାନେତ୍ରୀ ସୂଚାଇଛନ୍ତି । ଏହି ପ୍ରତନିଧି ମଣ୍ଡଳୀରେ ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଦୁର୍ଗା ଚରଣ ତନ୍ତୀ ଙ୍କ ସହିତ ଜିଲ୍ଲା ସମ୍ପାଦିକା ସସ୍ମିତା ପାଢ଼ୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ରାଏ, ଅନିଲ ଗୁପ୍ତା,ମୁରଲୀ ଗୌଡ଼, ସନ୍ତୋଷ ବିଶ୍ଵାଳ, କୈଳାଶ ତନ୍ତୀ, ସରୋଜ ନାଗ, ସତ୍ୟଜିତ ବିଶ୍ଵାଳ ସାମିଲ ଥିଲେ ବୋଲି ମୁଖପାତ୍ର ଗଙ୍ଗାଧର ଦାଶ ପ୍ରେସ ବିବୃତିରେ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ 

masiha

ଅରୁଣ ନନ୍ଦ ଫାଉଣ୍ଡେସନ କନ୍ଦରପୂର ପକ୍ଷରୁ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଓ ସ୍ଵାସ୍ଥ୍ୟ ସେବା ଅନୁଷ୍ଠିତ 

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବ ଲେଖକ ସମ୍ମିଳନୀ” ଅନୁଷ୍ଠିତ

masiha

Leave a Comment

error: Content is protected !!