ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକ ଉତ୍ସବ

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକ ଉତ୍ସବ

ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକ ଉତ୍ସବ “ସେନେରିଓ 2023-24 “ବୁଧବାର ଶ୍ରୀସତ୍ୟା ରେସିଡେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ର ଇଂରାଜୀ ବିଭାଗର ପ୍ରଫେସର ଡ଼. ସୁଶାନ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ. ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା, ବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କର ଏବଂ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ମଲ୍ଲିକ ମଞ୍ଚାସୀନ ଥିଲେ. ଆଦର୍ଶ ବିଦ୍ୟାଳୟ ଗଠନ ପାଇଁ ଶିକ୍ଷକ ଓ ଅଭିଭାବକ ଙ୍କ ପରସ୍ପର ସହଯୋଗ ଯଥେଷ୍ଟ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ମତ ରଖିଥିବା ବେଳେ, ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ କୋ-କୁଲାର ଆକ୍ଟିଭିତି, ସମୟାନୁବର୍ତ୍ତିତା, ସଂସ୍କାର ଇତ୍ୟାଦି ର ଗୁରୁତ୍ୱ ଉପରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ସେନାପତି ନିଜ ଅଭିଭାଷଣ ରେ ମତ ରଖିଥିଲେ. ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡା ଆଗାମୀ ଦିନରେ ବିଦ୍ୟାଳୟର ଉର୍ନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ. ସଭାପତି ଶ୍ରୀଯୁକ୍ତ ସନ୍ତୋଷ ଗୁରୁଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ମଲ୍ଲିକ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ. ସେହିପରି ପ୍ରଶାସନିକ ଅଧିକାରୀ, ଶ୍ରୀଯୁକ୍ତ କର,ବିଗତ ଦିନରେ ପିଲାଙ୍କ ସଫଳତା, ଅଭିଭାବକ ମାନଙ୍କର ସହଯୋଗ, ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ପରିଚାଳନା କମିଟିର ଅନୁଦାନ ଓ ଉପଦେଶ ଇତ୍ୟାଦି ସମ୍ପର୍କରେ ନିଜ ବକ୍ତବ୍ୟ ରେ ବର୍ଣ୍ଣନା କରି ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ. ବିଗତଦିନ ମାନଙ୍କରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା. ସୂଚନା ଥାଉକି, ଗତ ଶିକ୍ଷାବର୍ଷ ରେ ଅନୁଷ୍ଠିତ ହୋଇଥିବା ଓଲମ୍ପେଡ଼ ପରୀକ୍ଷାରେ ମୋଟ 96ଜଣ ପରୀକ୍ଷାତ୍ରୀ ଙ୍କ ମଧ୍ୟରୁ 41ଟି ସ୍ବର୍ଣ୍ଣ,26ଟି ରୌପ୍ୟ, ଓ 21ଟି ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଥିଲେ.ବିଦ୍ୟାଳୟ ର ସହ -ଶିକ୍ଷୟତ୍ରୀ ସୁଶ୍ରୀ ରଶ୍ମି ସାହୁ ଏବଂ ସୁଶ୍ରୀ ଏଲ. କଲ୍ୟାଣୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଶିକ୍ଷୟତ୍ରୀ ଅମ୍ରିତା ପାଣିଗ୍ରାହୀ, ପୂର୍ବାସା ମିଶ୍ର, ସାଗରୀକା ଶତପଥୀ, ମଧୁସ୍ମିତା ଵେବର୍ତ୍ତା, ଦୀପିକା ମିଶ୍ର, ଦୀପାଞ୍ଜଳି ପାଳ, ବୀଣା ବେହେରା, ବି. ସିରିଷା ଓ ଉର୍ମିଳା ଭୁକ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ମଞ୍ଚରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଙ୍କୁ ଉପକୌଡ଼ନ ପିନ୍ଧାଇ ସନ୍ନମାନୀତ କରାଯାଇଥିଲା.ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା. ବହୁ ସଂଖ୍ୟାରେ ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ରହି ପିଲାମାନଙ୍କୁ ଉତତ୍ସାହିତ କରିବା ସହ ବିଦ୍ୟାଳୟ କତୃପକ୍ଷ ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ. କାର୍ଯ୍ୟକ୍ରମ ଶେଷରେ ସହ-ଶିକ୍ଷୟତ୍ରୀ ସୁଶ୍ରୀ ନିବେଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ. ଅନ୍ୟାନ୍ୟ କର୍ମଚାରୀ ମଞ୍ଜୁଳା ପାଲାକା, ସୋନାଲି ପାଲାକା ଓ ବାସନା ବିଡ଼ିକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ତହସିଲ ପାଲଟିଛି ସ୍ଥାଣୁ : ଅଧିକାଂଶ ସମୟ ରେ ତହସିଲଦାର ଙ୍କ ଦେଖା ମିଳୁନି

Sunil Chandra Nayak

ମୁଣ୍ଡରେ ଲୁହା ରୋଡ଼ ପସି ବାଳକ ଗୁରୁତର

Sunil Chandra Nayak

Waltair Division Observes “Rashtriya Ekta Diwas” to Mark Sardar Vallabhbhai Patel’s Birth Anniversary

Sunil Chandra Nayak

Leave a Comment

error: Content is protected !!