ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା , ମୁକ୍ତ,ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ

ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା 

ମୁକ୍ତ,ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ

ଭବାନୀପାଟଣା ତା ୨୬.୪.୨୦୨୪: କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନ ର ପ୍ରସ୍ତୁତି ଏବଂ ଏଥିପାଇଁ କାର୍ଯ୍ୟ ଖସଡ଼ା କିଭଳି ପ୍ରସ୍ତୁତ ହୋଇଛି ଏ ସଂପର୍କରେ ସମୀକ୍ଷା ବୈଠକ ଗତକାଲି ତା ୨୫ .୪.୨୦୨୪ ରିଖରେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।୭୭- ଲାଞ୍ଜିଗଡ଼,୮୦- ଭବାନୀପାଟଣା,୮୧- ନର୍ଲା ପାଇଁ ଅଶୋକ ଚୌଧୁରୀ, ଭା.ପ୍ର .ସେ ଏବଂ ୭୮- ଜୁନାଗଡ,୭୯- ଧର୍ମଗଡ ପାଇଁ ସୁଦେଶ କୁମାର ମୋକ୍ତା, ଭା. ପ୍ର. ସେ ସାଧାରଣ ପର୍ଯ୍ୟବେକ୍ଷକ ରୂପେ ନିୟୋଜିତ ଅଛନ୍ତି।ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ନିର୍ବାଚନ ପ୍ରସ୍ତୁତି ସମ୍ବଧିୟ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ବିଶେଷ କରି ମତଦାନ ନିମନ୍ତେ ଭୋଟର୍ ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି,ଆଧୁନିକ ବୁଥ,ଯୁବ ଭୋଟର୍ ବୁଥ, ସଖୀ ବୁଥ,ଭିନ୍ନକ୍ଷମ ବୁଥ, ଇ ଭି ଏମ ପ୍ରସ୍ତୁତି,ପୋଲିଂ ଅଧିକାରୀ,ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକ ଙ୍କ ପ୍ରଶିକ୍ଷଣ,ନିର୍ବାଚନ ଖର୍ଚ୍ଚ ପରିଚାଳନା,ସି ଭିଜିଲ ରିପୋର୍ଟ, ପୋଷ୍ଟଲ ବାଲାଟ , ହୋମ ଭୋଟିଂ, ସମ୍ବେଦନଶିଲ ବୁଥ,ପୋଲିସ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ,ଫ୍ଲାଇଙ୍ଗ ସ୍କୁଆଡ, ଏସ ଏସ ଟି,ପୋଲିସ ଟିମ୍ ଦ୍ବାରା ବେଆଇନ ନିଶାଦ୍ରବ୍ୟ,ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ।ସାଧାରଣ ପର୍ଯ୍ୟବେକ୍ଷକ ଅଶୋକ ଚୌଧୁରୀ ମୋବାଇଲ ନମ୍ବର ୭୮୪୮୦୯୬୭୭୪, ସାଧାରଣ ପର୍ଯ୍ୟବେକ୍ଷକ ସୁଦେସ କୁମାର ମୋକ୍ତା ମୋବାଇଲ ନମ୍ବର ୯୬୯୨୫୩୫୨୭୯ ରେ ଜନ ସାଧାରଣଙ୍କ ନିର୍ବାଚନ ସମ୍ବନ୍ଧୀୟ ଓ ଆଚରଣ ବିଧି ଉଲଘଂନ ଉପରେ ଅଭିଯୋଗ କରିପାରିବେ। ବୈଠକରେ ୧୧ କଳାହାଣ୍ଡି ପି ସି ଖର୍ଚ୍ଚ ପର୍ଯ୍ୟବେକ୍ଷକ ବୈଭବ ସିଂ ଚୌହାନ, ଲାଞ୍ଜିଗଡ଼,ଭବାନୀପାଟଣା ଓ ନର୍ଲା ଏ ସି ଖର୍ଚ୍ଚ ପର୍ଯ୍ୟବେକ୍ଷକ କେ ସୁରଜିତ, ଜୁନାଗଡ଼ ଓ ଧର୍ମଗଡ ଏ ସି ଖର୍ଚ୍ଚ ପର୍ଯ୍ୟବେକ୍ଷକ ମନିଶଙ୍କର ବର୍ଦୋଲୋଇ ,୧୧ କଳାହାଣ୍ଡି ପି ସି ପୋଲିସ୍ ପର୍ଯ୍ୟବେକ୍ଷକ ୱାସିମ୍ ଆକ୍ରମ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର,ତନ୍ମୟ କୁମାର ଦର୍ୱାନ , ସି ଡି ଓ, ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ,ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା, ସମସ୍ତ ଏ ଇ ଓ, ଏ ଆର୍ ଓ,ନିର୍ବାଚନ ସଂଯୁକ୍ତ ଅଧିକାରୀ,ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦାସୀ ଗାଁ ରେ ଆନ୍ତର୍ଜାତିକ ଯୋଗ ଦିବସ

Sunil Chandra Nayak

ସାମାଜିକ ସଂଗଠନ ସ୍ବର୍ଣ୍ଣଦେବୀ ଯୁବକ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ 

Sunil Chandra Nayak

୧୫ତମ ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!