ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଶିଫଳ

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପିରେ ଯୋଗଦାନ

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପିରେ ଯୋଗଦାନ

ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ପାଣ୍ଡେ ଙ୍କ ସମେତ ଆଦିବାସୀ ନେତା ବାଳକୃଷ୍ଣ ଶବର ଙ୍କ ସହ ବହୁ ଯୁବ କର୍ମୀଙ୍କ ଯୋଗଦାନ

ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି। ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେଙ୍କ ସମେତ ବହୁ ଯୁବ କର୍ମୀଙ୍କ ବିଜେପିରେ ଯୋଗଦାନ କରିଛନ୍ତି। ଆଇନଜୀବୀ ନନ୍ଦଲାଳ ପାଣ୍ଡେ, ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗଦାନ କରିଥିବା ବେଳେ ବିଜେଡ଼ି ଦଳ ବର୍ତ୍ତମାନ ହାତଗଣତି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ କର୍ମୀ ଏବଂ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀଙ୍କୁ ଅଣଦେଖା ଏବଂ ପ୍ରାଧାନ୍ୟ ଦେଉନାହାନ୍ତି। ବୋଡ଼େନ ଠାରେ ଏକ ନିର୍ବାଚନୀ ସଭାରେ ବିଜେପିରେ ଯୋଗଦାନ କରିଥିବା ବେଳେ ଆଦିବାସୀ ନେତା ବାଳକୃଷ୍ଣ ଶବରଙ୍କ ସହ ବହୁ ଯୁବ କର୍ମୀଙ୍କ ବିଜେପିରେ ଯୋଗଦାନ କରିଛନ୍ତି। ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା, ଉପଢୋକନ ଏବଂ ଟୋପି ଦେଇ ତାଙ୍କୁ ସ୍ବାଗତ କରିଛନ୍ତି। ସେହିପରି ବୋଡ଼େନର ସନ୍ଦୀପ ଦଣ୍ଡସେନା ମଧ୍ୟ ସମର୍ଥକ ଙ୍କ ସହ ଆଜି ବିଜେପିରେ ଯୋଗଦାନ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜେପି ରାଉରକେଲା ଜିଲ୍ଲା ପଦାଧିଧାରୀଙ୍କ ବୈଠକ ଅନୁଷ୍ଠିତ 

Sunil Chandra Nayak

ବିଜେଡି ରୁ ଛାତ୍ର ଯୁବ ଜନତା ର ନେତା ସ୍ନେହାଶ ନାଏକ ଙ୍କ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା

masiha

ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!