ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣପୁର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ  ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ 

ଗୁଣପୁର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ 

ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ 

ଗୁଣପୁର ୨୮/୪ ମଧୁବାବୁ ଜଣେ ଓଡ଼ିଆ ସ୍ଵାଭିମାନର ପ୍ରତୀକ ଥିଲେ। ନିଜ ବିଚକ୍ଷଣ ବୁଦ୍ଧି ଜରିଆରେ ଅଦାଲତରେ ମକଦ୍ଧମା ଲଢ଼ି ଗରିବ ମାନଙ୍କୁ ସହାୟତା କରୁଥିଲେ। ତାଙ୍କ ଆଦର୍ଶରେ ଯୁବ ଓକିଲ ମାନେ ଅନୁପ୍ରାଣିତ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଆଜି ବ୍ରିଟିଶ ଯୁଗର କିମ୍ବଦନ୍ତୀ ଓଡିଆ ଓକିଲ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଓକିଲ ସଂଘ ଆନୁକୂଲ୍ୟରେ ଅଦାଲତ ପରିସରରେ ଆୟୋଜିତ ଓକିଲ ଦିବସ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଦୌରାଜର୍ଜ ମାନ୍ୟବର ଶେଖ ମହମ୍ମଦ କ୍ବାଇସ ଯୋଗଦେଇ ଉତ୍କଳ ପ୍ରଦେଶ ନିର୍ମାଣରେ ମଧୁବାବୁଙ୍କ ଅବଦାନ ଉପରେ ସ୍ମୃତି ଚାରଣ କରିଥିଲେ। ମଧୁବାବୁ ସାମାଜିକ ତଥା ଶିଳ୍ପ ବିକାଶ ସହିତ ଓଡ଼ିଶାର ଏକୀକରଣ ପାଇଁ ଅଭିଯାନ କରିବା ପାଇଁ ୧୯୦୩ ମସିହାରେ ଉତ୍କଳ ସମିଳନୀ ପ୍ରତିଷ୍ଠା କରିଥିଲେ। ସେ ଓଡ଼ିଶା ଏବଂ ଭାରତର ଓକିଲମାନଙ୍କ ପାଇଁ ପ୍ରେରଣା ଉତ୍ସ ଥିଲେ ବୋଲି ଶ୍ରୀ କ୍ବାଇସ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସବ ଜର୍ଜ ସନ୍ତୋଷ କୁମାର ମହାପାତ୍ର ଓ ଜେଏମଏଫସି ଶାନ୍ତଶ୍ରୀ ମହାନ୍ତି ପ୍ରମୁଖ ମଞ୍ଚଶାସିନ ଥିଲେ। ସେହିପରି ବରିଷ୍ଠ ଆଇନଜୀବୀ ଉମାଚରଣ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଆଜିକାଲି କ୍ରୀଡ଼ାବିତ ଓ ରାଜନେତାଙ୍କୁ ଭାରତ ରତ୍ନ ଦିଆଯାଉଛି। ନବ ଉତ୍କଳ ନିର୍ମାତା ମଧୁବାବୁଙ୍କୁ ଭାରତ ରତ୍ନ କାହିଁକି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଭାରତ ରତ୍ନ ପ୍ରଦାନ ପାଇଁ ଓକିଲ ସଂଘ ପକ୍ଷରୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇ ଓଡ଼ିଶାର ସମସ୍ତ ଓକିଲ ସଂଘ ପ୍ରସ୍ତାବ ଗ୍ରହଣ କରି ଓଡିଶା ଓ ଭାରତୀୟ ବାର କାଉନସିଲ ମିଳିତ ଭାବେ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ଦିଗରେ ଉଦ୍ୟମ କରିବାକୁ ବରିଷ୍ଠ ଆଇନଜୀବୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ସେହିପରି ଯୁବ ଆଇନଜୀବି ରମେଶ ଚନ୍ଦ୍ର ଲିମା ମଧୁସୂଦନ ଦାସ ଜଣେ ସାମାଜିକ ସଂସ୍କାରକ ବୋଲି କହିଥିଲେ। ଓକିଲ ସଂଘର ସଭାପତି ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କ ପୋୖରହିତ୍ୟିରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ପାଦକ ଇନ୍ଦ୍ରାକ୍ଷୀ ଦାଶ ସଂଯୋଜନା କରିଥିଲେ। ଶେଷରେ ଆଇନିଜୀବୀ ଗଣେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟନାୟକ, ଫଣିଭୂଷଣ ପଟନାୟକ,ଏମ୍ ସହଦେବ ରାଓ, ଶିବ ପ୍ରସାଦ ପାଣି, ଉପ ସଭାପତି ଗଣେଶ ସାହୁ,ସହ ସମ୍ପାଦକ ସରୋଜ ପାତ୍ର,କୃଷ୍ଣଚନ୍ଦ୍ର ସେନାପତି, ମନୋଜ କୁମାର ରତ୍ନାଲୁ, ଅଶୋକ କୁମାର ଧୂଳି,ପ୍ରମୋଦ କୁମାର ସାହୁ,ଲାଡି ଗୋପାଳ ରାଓ, ତ୍ରିନାଥ ଖାଡ଼ଙ୍ଗା, ଗଣେଶ ସାହୁ, ଏସ ବାବା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ନୂଆଗାଁ ରେ ପଣ୍ଡା ପରିବାରରେ ଅଭିନବ ନୂଆଁଖାଇ ଭୋଜିଭାତ ସହ କ୍ରୀଡା ପ୍ରତିଯୋଗୀତା 

masiha

ବୃନ୍ଦାବାହଲ ପଞ୍ଚାୟତ ସ୍ତରୀୟ ୨୫ତମ କଳାହାଣ୍ଡି ଉତ୍ସଵ,ଘୁମୁରା,୨୦୨୩,ଦୁଲକୀ ଯାଉଛେ

Sunil Chandra Nayak

Leave a Comment

error: Content is protected !!