ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଧୀରାଜ ଙ୍କ ପ୍ରଚାର ଜୋରଦାର

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଧୀରାଜ ଙ୍କ ପ୍ରଚାର ଜୋରଦାର

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧି ପାଉଛି। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ରବିବାର ବିଜେଡି ବିଧାୟକ ପ୍ରାର୍ଥୀ ଅଧୀରାଜ ମୋହନ ପାଣିଗ୍ରାହୀ ତାଙ୍କର ସମର୍ଥକ ମାନଙ୍କ ସହିତ ସାନମହେଶ୍ୱର ପଂଚାୟତର ୯ ଗୋଟି ଗାଁରେ ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରଚାର ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ସାଧାରଣ ଜନତା ଭାଗ୍ୟ ପରିବର୍ତ୍ତନକରି ପାରିଛି ସେନେଇସେ ଲୋକଙ୍କୁ ବୁଝାଇଛନ୍ତି। ଗତ ପାଞ୍ଚବର୍ଷରେ ସେ ବିଧାୟକ ଭାବରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ଅନେକ ସମସ୍ୟାର ସମାଧାନ କରିଛନ୍ତି ଓ ଓଡ଼ିଶାର ମାନଚିତ୍ରରେ ଏ ଅଞ୍ଚଳକୁ ସଂଯୋଗ କରି ପାରିଛନ୍ତି ଏଣୁ ତାଙ୍କୁ ଏଥର ପୁଣି ଭୋଟ ଦେଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ ସ୍ଥାନରେ ମହିଳା ମାନେ ତାଙ୍କୁ ବନ୍ଦାପନା କରିବା ସହିତ ସମର୍ଥନ ଦେବାକୁ କଥା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ବିଜୟ ଲାଭ କରିବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଅଧୀରାଜ ପାଣିଗ୍ରାହୀ |

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥି 

masiha

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

Sunil Chandra Nayak

ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

masiha

Leave a Comment

error: Content is protected !!