ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ବାର ଆସୋସିଏସନ୍ ପକ୍ଷରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୁଦାନ ଦାଶଙ୍କ ଜନ୍ମଜୟନ୍ତୀ ପାଳିତ 

ରାୟଗଡ ବାର ଆସୋସିଏସନ୍ ପକ୍ଷରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୁଦାନ ଦାଶଙ୍କ ଜନ୍ମଜୟନ୍ତୀ ପାଳିତ 

ରାୟଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ରାୟଗଡ ବିଚାର ବିଭାଗ ଅଦାଲତ( କୋର୍ଟ) ପରିସରରେ ମଧୁବାବୁଙ୍କ ୧୭୭ତମ ଜୟନ୍ତୀ ସଂଘ ସଭାପତି ପଦ୍ମନାଭ ଦାସଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ଉତ୍ସବରେ ମୁଖ୍ଯ ଅତିଥି ରୂପେ ଶ୍ରୀମତୀ ଶ୍ବେତା ମିଶ୍ର, ମାନ୍ଯବର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ(ସ୍ବତନ୍ତ୍ର ଜଜ୍ ପୋକ୍ସ ଆଇନ), ରାୟଗଡ, ସମ୍ମାନୀତ ଅତିଥି ଶ୍ରୀମତୀ ରୀନା ଚୌଧୁରୀ, ମାନ୍ଯବର ଅତିରିକ୍ତ ଜିଲ୍ଲା ଦୌରାଜଜ୍, ରାୟଗଡ, ସମ୍ମାନିତ ଅତିଥି ଶ୍ରୀ ପି. ରମେଶ କୁମାର ପାତ୍ର, ସଦସ୍ଯ, ରାଜ୍ଯ ଆଇନଜୀବୀ ପରିଷଦ ଓଡିଶା, କଟକ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ରୂପେ ଶ୍ରୀ ବ୍ରଜ ସୁନ୍ଦର ନାୟକ ବରିଷ୍ଠ ଆଇନଜୀବୀ ତଥା ସ୍ବତନ୍ତ୍ର ସରକାରୀ ଓକିଲ, ରାୟଗଡ ଯୋଗଦେଇ ମଂଚାସୀନ ହୋଇଥିଲେ ଏବଂ ଶ୍ରୀ ବ୍ରଜସୁନ୍ଦର ନାୟକ ମଧୁବାବୁଙ୍କ ଜୀବନୀ କାହାଣିକୁ ପ୍ରାଞ୍ଜଳଭାବେ ଉପସ୍ଥାପନ କରିଥିବା ବେଳେ ସମ୍ମାନୀୟ ଅତିଥି ଶ୍ରୀମତୀ ରୀନା ଚୌଧୁରୀ ମଧୁବାବଙ୍କ ଶିକ୍ଷା ଓ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ | ସେହି ପରି ମୁଖ୍ଯଅତିଥି ରାୟଗଡ ଜିଲ୍ଲାରେ ତାଙ୍କ ବ୍ଯକ୍ତିବଗ ଜୀବନୀ ସହ ମାଁ ମଝୀଘରିଆଣୀଙ୍କ କୃପା ସମ୍ପର୍କରେ ନିଜ ବକ୍ତବ୍ଯରେ ଉପସ୍ଥାପନ କରିଥିଲେ | ରାୟଗଡ ବାର ଆସୋସିଏସନ୍ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ରାୟଗଡ କୋର୍ଟରେ ଦୀର୍ଘ 25 ବର୍ଷକାଳ ଓକିଲାତି କରିଥିବା 10 ଜଣ ଓକିଲଙ୍କୁ ସମ୍ପର୍ଦ୍ଧିତ କରାଯାଇଥିଲା ସେମାନଙ୍କ ମଧ୍ଯରେ ମନୋଜ ଗନ୍ତାୟତ, ରାଧାକୃଷ୍ଣ ଦଳେଇ, ଦେବରାଜ ନାୟକ, ବିଶ୍ବେସର କୁମାର ତ୍ରିପଠୀ, କେ ରବିନ୍ଦ୍ର କୁମାର, କେ ଚକ୍ରପାଣୀ, ପ୍ରଣତୀ ପାତ୍ର, ନରେନ୍ଦ୍ର ନାଥ ଚନ୍ଦନ, ରାମଚନ୍ଦ୍ର ପାଢୀ ଏବଂ ରମାକାନ୍ଥ ଜେନାଙ୍କୁ ପୁସ୍ପଗୁଛ, ଉପଢୌକ, ସହ ସ୍ମୃତିପଦକ ଦେଇ ସମ୍ମାନିତ କରାଯାଇଥିବା ବେଳେ ସ୍ବର୍ଗତ ସହଦେବ ଚୈଧୁରୀ ଓକିଲ ଏବଂ ବିଷ୍ଣୁପଣ୍ଡା ଓକିଲଙ୍କ ଗୁମୁସ୍ତା ଭାବେ କାର୍ଯ୍ଯରତ ମିହୀର କୁମାର ପତୀ ଏବଂ ରାଧାକାନ୍ତ ଜେନାଙ୍କୁ ମଧ୍ଯ ତାଙ୍କ ସେବା ପାଇଁ ଏହି ଅବସରରେ ସମ୍ମାନିତ କରାଯାଇଛି | ରାୟଗଡ ବାରଆଶୋସିଏସନ୍ ର ସଭାପତି ଶ୍ରୀ ପଦ୍ମନାଭ ଦାଶଙ୍କ ପୌରହିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ, ଉପସଭାପତି ଶ୍ରୀ ଓ୍ବାଇ ଶ୍ରୀନିଭାଶ ରାଓ, ସହ ସମ୍ପାଦିକା ଶୁଭ୍ରାକାନ୍ତୀ ବେହେରା,କୋଷାଧ୍ଯକ୍ଷ ନିଳାଂଚଳ ବିଷୋୟୀ ମଂଚାସୀନ ରହିଥିବା ବେଳେ ସମ୍ପାଦକ ଶ୍ରୀ ବିଶ୍ବନାଥ ଗନ୍ତାୟତ ଧନ୍ଯବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ଯକ୍ରମକୁ ରାୟଗଡ ବାରଆସୋସିଏସନ୍ ର କର୍ମକର୍ତ୍ତା ସହଯୋଗ କରିଥିଲେ | ସେହିପରି ରାୟଗଡ ସ୍ଥିତ ଉତ୍କଳ ମଧୁସୁଦନ ବୌଷୟିକ ଶିକ୍ଷାନୁଷ୍ଠାନ, ରାୟଗଡ, ଗୁଣୁପୁର ବାରଐସୋସିଏସନ୍, ବିଷମକଟକ ବାର ଆସୋସିଏସନ୍ ଏବଂ କାଶୀପୁର ବାର ଆସୋସିଏସନରେ ମଧ୍ଯ ମଧୁବାବୁଙ୍କ ଜୟନ୍ତୀ ମହାଆଡମ୍ଭରରେ ପାଳନ କରାଯାଇଛି |

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Bringing good to the Neighbourhood

masiha

ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ଦିବସ

Sunil Chandra Nayak

Leave a Comment

error: Content is protected !!