ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ ଜଙ୍ଗଲ ଯୋଜନା ରେ ଦୁର୍ନୀତି ଓ ଶ୍ରମିକଙ୍କ ଅର୍ଥ ହଡପ ମାମଲା, ନିଲମ୍ବିତ ହେଲେ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ

କୋକସରା,୦୮/୦୪- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ମାମଲା ରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ ଫରେଷ୍ଟର ଜଗନ୍ନାଥ ନାଗ ଙ୍କୁ ନିଲମ୍ବିତ କରିଥିବା ନେଇ ଧର୍ମଗଡ ରେଞ୍ଜ ଅଧିକାରୀ ଭାବନୀ ଶଙ୍କର କଅଁର କହିଛନ୍ତି । ଗତ ମାର୍ଚ୍ଚ ୨୧ ତାରିଖ ରେ ୬ ଗୋଟି ଜଙ୍ଗଲ ସୁରକ୍ଷା କମିଟି ର ସଭାପତି, ସମ୍ପାଦକ ଓ ଶ୍ରମିକ ମାନେ ଶ୍ରମିକ ଙ୍କ ମଜୁରି ଆତ୍ମସାତ ଅଭିଯୋଗ ରେ ଫରେଷ୍ଟର ଓ ଦୋଷୀ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆନ୍ଦୋଳନ କରିଥିଲେ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି । ବନପାଳ ଜଗନ୍ନାଥ ନାଗ ନିଲମ୍ବିତ ପରେ ମନୀଷା ପଟ୍ଟନାୟକ ଙ୍କୁ ଆମପାଣି ବନପାଳ ଭାବରେ ଦାୟିତ୍ୱ ଦିଆ ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଲିଛି । ମ ନି ସ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ଚିର ଅମ୍ଳାନ ହେ ଜନ ନାୟକ ସୁବାସ ଚନ୍ଦ୍ର

Sunil Chandra Nayak

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

Sunil Chandra Nayak

Leave a Comment

error: Content is protected !!