ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ତମେ ଗଲା ପରେ

ତମେ ଗଲାପରେ

କାଙ୍ଗାଳୀ ଚରଣ ସେଠୀ

 

ତମେ ଗଲାପରେ ଅବିର ଫଗୁଣ

   ଅର୍ଦ୍ଧଦଗ୍ଧ ମୋର ତନୁ

ଅକାଳ ମୃତ୍ୟୁକୁ ଆବୋରି ନେଇଛି 

   ଚିନ୍ତାମଗ୍ନ ସେଇ ଦିନୁ ।

କୋହରେ କାନ୍ଦୁଛି କୃଷ୍ଣଚୁଡା ଏଠି

   ଲୁହରେ ଯାଇଛି ଭିଜି

ରଙ୍ଗ ହରା ରାତ୍ରୀ ରଜନୀଗନ୍ଧାର

   କରବୀ ପାରୁନି ମଜି ।

ରକ୍ତଚନ୍ଦନରେ ରଙ୍ଗେଇ ପାରୁନି

   ଜ୍ୟୋତ୍ସ୍ନା ଭରା ମଧୁରାତି

ଛାତିରେ ଚାପିଛି ତମରି ସ୍ମୃତିକୁ

   ବୟସ ଯାଉଛି ବିତି ।

ଅଧୁରା ରହିଲା ପ୍ରଣୟ ପିଆଲା

  ଅଧର ହେଲାଣି ମନ

ଶୁଭୁନାହିଁ ଆଉ ଶୁଭିବ ନାହିଁଟି

  ଚୁତ ଡ଼ାଳେ ପିକ ସ୍ଵନ ।

ଘାଣ୍ଟି ହେଉଥିବି ଘଟଣା ଚକ୍ରରେ

   ପିଣ୍ଡେ ଯେବେ ପ୍ରାଣ ଥିବ

କଥା ଦେଇକଥା ରଖିବ ନା ସତେ

   କେବେ ତମେ ଲେଉଟିବ ?

      ଯାଜପୁର

Related posts

ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କରୋନା ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀ ଅଜୟ ବେହେରାଙ୍କ କଟକରୁ ଦିଲ୍ଲୀ ପଦଯାତ୍ରା; ରାଇରଙ୍ଗପୁରରେ ଉତ୍ସସ୍ବିତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!