ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ତମେ ଗଲା ପରେ

ତମେ ଗଲାପରେ

କାଙ୍ଗାଳୀ ଚରଣ ସେଠୀ

 

ତମେ ଗଲାପରେ ଅବିର ଫଗୁଣ

   ଅର୍ଦ୍ଧଦଗ୍ଧ ମୋର ତନୁ

ଅକାଳ ମୃତ୍ୟୁକୁ ଆବୋରି ନେଇଛି 

   ଚିନ୍ତାମଗ୍ନ ସେଇ ଦିନୁ ।

କୋହରେ କାନ୍ଦୁଛି କୃଷ୍ଣଚୁଡା ଏଠି

   ଲୁହରେ ଯାଇଛି ଭିଜି

ରଙ୍ଗ ହରା ରାତ୍ରୀ ରଜନୀଗନ୍ଧାର

   କରବୀ ପାରୁନି ମଜି ।

ରକ୍ତଚନ୍ଦନରେ ରଙ୍ଗେଇ ପାରୁନି

   ଜ୍ୟୋତ୍ସ୍ନା ଭରା ମଧୁରାତି

ଛାତିରେ ଚାପିଛି ତମରି ସ୍ମୃତିକୁ

   ବୟସ ଯାଉଛି ବିତି ।

ଅଧୁରା ରହିଲା ପ୍ରଣୟ ପିଆଲା

  ଅଧର ହେଲାଣି ମନ

ଶୁଭୁନାହିଁ ଆଉ ଶୁଭିବ ନାହିଁଟି

  ଚୁତ ଡ଼ାଳେ ପିକ ସ୍ଵନ ।

ଘାଣ୍ଟି ହେଉଥିବି ଘଟଣା ଚକ୍ରରେ

   ପିଣ୍ଡେ ଯେବେ ପ୍ରାଣ ଥିବ

କଥା ଦେଇକଥା ରଖିବ ନା ସତେ

   କେବେ ତମେ ଲେଉଟିବ ?

      ଯାଜପୁର

Related posts

ଜିଲ୍ଲା ସ୍ତରୀୟ ୭୧ ତମ ଗୋ_ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ଧର୍ମଗଡ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ)ରେ ଜାତୀୟ କ୍ରୀଡା ଦିବସ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ପ୍ରବନ୍ଧ ଜଗନ୍ମାତାଙ୍କ ଦ୍ବିତୀୟ ସ୍ବରୂପ ମା ବ୍ରହ୍ମଚାରିଣୀ

Sunil Chandra Nayak

Leave a Comment

error: Content is protected !!